Friday, April 3, 2026
36.1 C
Odisha

    ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ ନକରିବାକୁ ପରାମର୍ଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି କୋଟିକୋଟି ଜନତାଙ୍କର ଭକ୍ତି ରହିଛି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର କିଲୋମିଟର ଦୂରରୁ ପୁରୀ ଆସିଥାନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ମହାପ୍ରସାଦ ସେବନ କରିଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଅପୂର୍ବ ସୌଭାଗ୍ୟଲାଭ କରୁଥିବା ଭକ୍ତ ହିଁ କହିପାରିବେ ମହାପ୍ରସାଦର ମହାତ୍ମ୍ୟ। ବହୁଦୂରଦରାନ୍ତରୁ ଛୁଟିଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଆନନ୍ଦବଜାରରେ ଶ୍ରଦ୍ଧାର ସହିତ ମହାପ୍ରସାଦ ସେବନ କରିବା ଦୃଶ୍ୟ ଆଉ କେଉଁଠି ଦେଖିବାକୁ ମିଳିବ ନାହିଁ। ତେବେ ମହାପ୍ରସାଦର ମହାତ୍ମ୍ୟକୁ କିଛି ଲୋକ ବୁଝିପାରନ୍ତି ନାହିଁ। ଆନନ୍ଦବଜାରରୁ ଏହାକୁ ନେଇଯାଇ ଶ୍ରଦ୍ଧା ଓ ସମ୍ମାନର ସହିତ ସେବନ କରନ୍ତି ନାହିଁ। କିଛି ଲୋକ ହେ‌ାଟେଲର ଡାଇନିଂ ଟେବୁଲରେ ମଧ୍ୟ ମହାପ୍ରସାଦ ସେବନ କରିଥାନ୍ତି, ଯାହାକି ପରଂପରା ବିରୋଧୀ। ଏହିଭଳି ମାମଲା ଏବେ ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଛି।

    ପୁରୀର ଏକ ହୋଟେଲରେ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରାଯାଇଛି। ଏହାକୁ ପରଂପରା ବିରୋଧୀ ବୋଲି କୁହାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରଂପରା ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ସମସ୍ତ ଭକ୍ତସମାଜକୁ ବିନମ୍ର ନିବେଦନ କରାଯାଉଛି। ହୋଟେଲଗୁଡ଼ିକ ମଧ୍ୟ ଏଥିପାଇଁ ଦୃଷ୍ଟି ଦେବା ସହ ନିଜ ଅତିଥିମାନଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ ରହିବାକୁ ଅନୁରୋଧ।

    ସୂଚନାଯୋଗ୍ୟ, ପୁରୀ ଶ୍ରୀକ୍ଷେତ୍ରର ଏକ ହୋଟେଲରେ କିଛି ବ୍ୟକ୍ତି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିଥିଲେ। ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରିବାର ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏହାକୁ ନେଇ ମହାପ୍ରଭୁଙ୍କୁ ଗଭୀର ଭକ୍ତି କରୁଥିବା ୟୁଜର୍ସମାନେ ପ୍ରତିକ୍ରିୟା ଦେଇଥିଲା। ପରେ ଏହି ମାମଲା ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଛି। ଏହି ଚିତ୍ରକୁ ନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ