Wednesday, July 23, 2025
26.2 C
Odisha

    ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ।

    ସୂଚନାଯୋଗ୍ୟ ଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ୍ ରୁଜ୍ଜୁ ହୋଇଥିଲା । ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା । ଇତି ମଧ୍ୟରେ ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

    ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଆସିଛନ୍ତି । କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନେକ ସମୟରେ କହି ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗରେ ଚଢଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    86 %
    1.7kmh
    95 %
    Tue
    26 °
    Wed
    33 °
    Thu
    32 °
    Fri
    25 °
    Sat
    24 °

    ସମ୍ବନ୍ଧିତ