Thursday, September 19, 2024
24.5 C
Odisha

    ଡାକ ଟିକେଟରେ ପ୍ରଭୁ ରାମଲଲାଙ୍କ ପ୍ରତିମା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳୁଛି କୋଟି କୋଟି ଶ୍ରଦ୍ଧାଳୁଙ୍କ ଭକ୍ତି । ତେବେ କେବଳ ଭାରତ ନୁହେଁ, ଦେଶ ବାହାରେ ମଧ୍ୟ ରାମଲଲାଙ୍କ ପ୍ରତି ଭକ୍ତିଭାବ ଦେଖାଯାଇଛି । ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି, ଯାହା ଏବେ ଖୁବ ଭାଇରାଲ ହେଉଛି । ଏହି ପୋଷ୍ଟରେ ଏକ ଡାକ ଟିକେଟରେ ରାମଲଲାଙ୍କ ପ୍ରତିମାକୁ ସ୍ଥାନ ଦିଆ ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
    ଦକ୍ଷିଣ-ପୂର୍ବ ଏସିଆର ଲାଓସ ଅଯୋଧ୍ୟାର ଶ୍ରୀ ରାମଲଲାଙ୍କ ଉପରେ ଏକ ଡାକ ଟିକେଟ ଜାରି କରିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଲାଓସ ଗସ୍ତରେ ଥିବା ବେଳେ ଏହାକୁ ନେଇ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ରାମାୟଣ ଏବଂ ବୌଦ୍ଧ ଧର୍ମରେ ଆମର ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଟିକେଟ ସେଟ୍ ଲଞ୍ଚ୍ କରାଯାଇଛି । ଏସିଆନ୍-ଭାରତ ମନ୍ତ୍ରୀସ୍ତରୀୟ ସମ୍ମେଳନ, ପୂର୍ବ ଏସିଆ ଶିଖର ସମ୍ମେଳନର ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଏବଂ ଏସିଆନ କ୍ଷେତ୍ରୀୟ ମଞ୍ଚର ବୈଠକ ପାଇଁ ଭିୟନତିଏନ ଗସ୍ତରେ ଅଛନ୍ତି ଜୟଶଙ୍କର । ବୌଦ୍ଧ ଧର୍ମ ପାଇଁ ଦୀର୍ଘ ବର୍ଷରୁ ଭାରତ ଏବଂ ଲାଓସ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି । ତେବେ ଲାଓସ କେବଳ ରାମଲଲାଙ୍କ ପ୍ରତିମା ନୁହେଁ, ବରଂ ମହାତ୍ମା ବୁଦ୍ଧଙ୍କ ପ୍ରତିମାକୁ ମଧ୍ୟ ଡାକ ଟିକେଟରେ ସ୍ଥାନ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ