Monday, April 14, 2025
31.3 C
Odisha

    ଡାଲଚିନି ଏବଂ ପାନମହୁରୀ ପାଣିର ଆୟୁର୍ବେଦିକ ଗୁଣ

    ଆଗକୁ ପଢନ୍ତୁ

    ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ପ୍ରାୟତଃ ଡାଲଚିନି ଦେଖିବାକୁ ମିଳିଥାଏ । ଯାହା ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଡାଲଚିନି ଏବଂ ପାନମହୁରୀ ପାଣି ଆମ ଶରୀର ପାଇଁ କେତେ ଲାଭପ୍ରଦ । ଯାହା ପ୍ରାକୃତ୍ତିକ ପ୍ରଣାଳୀରେ ଆୟୁର୍ବେଦିକ ଔଷଧ ଭାବେ ବ୍ୟବହୃତ କରାଯାଇଆସୁଅଛି । ଏହି ପାଣି ପିଇବା ଦ୍ବାରା ଆମ ଉପରେ କୌଣସି ଖରାପ ପ୍ରଭାବ ପକାଇନଥାଏ। ଏହି ପାଣିକୁ କିପରି ତିଆରି କରିବେ ଏବଂ ଏହା ଆମ ଶରୀରରେ କେଉଁ ସବୁ ଫାଇଦା ଦେଇଥାଏ ସେ ସମ୍ପର୍କରେ ଜାଣନ୍ତୁ ।

    ପ୍ରସ୍ତୁତି ପ୍ରଣାଳୀ : ଏହି ପାଣିର ପ୍ରସ୍ତୁତି ପାଇଁ ଗୋଟେ ଗ୍ଲାସ ପାଣିକୁ ଭଲ ଭାବରେ ଫୁଟାନ୍ତୁ । ସେଥିରେ ୧ ଚାମଚ ପାନମହୁରୀ ଏବଂ ଅଧା ଚାମଚ ଡାଲଚିନି ଗୁଣ୍ଡ ନିଅନ୍ତୁ । ଗୋଟେ ରାତି ପାଇଁ ତାକୁ ଭିଜିବାକୁ ଛାଡିଦିଅନ୍ତୁ । ପର ଦିନ ସକାଳୁ ଖାଲି ପେଟରେ ପାଣିକୁ ପିଅନ୍ତୁ ।

    ଡାଲଚିନି ଏବଂ ପାନମହୁରୀ ପାଣିର ଫାଇଦା :

    ପେଟ ଜନିତ ସମସ୍ୟା: ପେଟ ଜନିତ ସମସ୍ୟା ପାଇଁ ଏହି ପାଣି ଅତ୍ୟନ୍ତ ଲାଭପ୍ରଦ । ପାଚନ ପ୍ରକ୍ରିୟାକୁ ଠିକ ରଖିବାରେ ଏହି ପାଣି ସାହାଯ୍ୟ କରିଥାଏ । ଯାହା ଦ୍ବାରା ଦିନସାରା ପେଟକୁ ହାଲୁକା ରଖିଥାଏ

    ଓଜନରେ ହ୍ରାସ: ଶରୀରରେ ମେଟାବାଲୋଜିମକୁ ବଢାଇବା ସହିତ କ୍ୟାଲୋରୀକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏହି ପାଣି ଓଜନ ହ୍ରାସ ପାଇଁ ଲାଭଦାୟୀ ।

    ଶରୀରକୁ ବିଷମୁକ୍ତ କରେ: ଆଣ୍ଟିବ୍ୟାକ୍ଟେରିଆ ଗୁଣ ଥିବା ହେତୁ ଜୀବାଣୁ ସହିତ ଲଢେଇ କରିଥାଏ । ଯାହା ଦ୍ବାରା କିଡିନୀ ଉପରେ କୌଣସି ବିପଦ ପଡିନଥାଏ । ପ୍ରତିଦିନ ଏହି ପାଣିକୁ ପିଇବା ଦ୍ବାରା ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରିଥାଏ ।

    ରୋଗପ୍ରତିରୋଧକ ଶକ୍ତିର କ୍ଷମତା: ଏହି ପାଣି ପ୍ରାକୃତ୍ତିକ ଗୁଣରେ ଭରପୁର । ଯାହା ରୋଗପ୍ରତିରୋଧକ ଶକ୍ତି ବଢାଇବା ସହିତ ସଂକ୍ରମଣରୁ ରକ୍ଷା କରିଥାଏ ।

    ଡାକବେଟିସରେ ନିୟନ୍ତ୍ରଣ: ଏହା ସୁଗାରକୁ ନିୟନ୍ତ୍ରଣ କରିଥାଏ । ପାନମହୁରୀ ପାଚନ ଶକ୍ତିକୁ ବଢାଇଥାଏ ଏବଂ ଶର୍କରା ଅସନ୍ତୁଳନର ସମ୍ଭାବନାକୁ ହ୍ରାସ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.3 ° C
    31.3 °
    31.3 °
    33 %
    3.5kmh
    81 %
    Mon
    33 °
    Tue
    38 °
    Wed
    38 °
    Thu
    39 °
    Fri
    44 °

    ସମ୍ବନ୍ଧିତ