Wednesday, July 30, 2025
25.4 C
Odisha

    ଡାହାଣୀ ସନ୍ଦେହରେ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ

    ଆଗକୁ ପଢନ୍ତୁ

    ବିହାର : ଡାହାଣୀ ସନ୍ଦେହରେ ବୀଭତ୍ସ ହତ୍ୟା । ଗୋଟିଏ ପରିବାରର ୫ ଜଣଙ୍କୁ ପିଟିପିଟି ମାରି ଜୀଅନ୍ତା ଜାଳିଦେଲେ ଗ୍ରାମବାସୀ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବିହାରର ପୂର୍ଣ୍ଣିଆ ଜିଲ୍ଲାର ଟେଟମା ଗାଁରେ । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି। ଯେଉଁମାନେ ଓରାଓଁ ସମ୍ପ୍ରଦାୟର ଥିଲେ ।

    ଖବର ମୁତାବକ, ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ଲୋକଙ୍କୁ ଗାଁର କିଛି ଲୋକ ବାଡେଇ ବାଡେଇ ହତ୍ୟା କରିବା ପରେ ପୋଡି ଦେଇଥିଲେ । ପୀଡିତ ପରିବାରର ଜଣେ ସଦସ୍ୟ ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

    ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ହତ୍ୟାକାଣ୍ଡର ମୂଳ କାରଣ ଥିଲା ଅନ୍ଧବିଶ୍ୱାସ । ଗାଁରେ ଏକ ଶିଶୁର ମୃତ୍ୟୁ ପରେ ଏହି ପରିବାରକୁ ଡାହାଣୀ ଓ ଗୁଣିଗାରେଡି ଅଭିଯୋଗରେ ଅଭିଯୁକ୍ତ କରାଯାଇଥିଲା । ମାମଲାରେ ପୋଲିସ ନକୂଳ କୁମାର ନାମକ ଜନୈକ ଅଭିଯୁକ୍ତକୁ ଗିରଫ କରିଛି । ନକୂଳ ଉପରେ ଭିଡକୁ ଉସକେଇବାର ଅଭିଯୋଗ ହୋଇଛି । ପୋଲିସ ଏବେ ଡଗ ସ୍କ୍ୱାର୍ଡ ଓ ଫରେନସିକ୍ ଟିମ୍ ସହିତ ଗାଁରେ ତଦନ୍ତ ଚଳାଇଛି ।

    ଗତ ରବିବାର ରାତିରେ ଗ୍ରାମବାସୀଙ୍କ ଏକ ପଞ୍ଚାୟତ ବସିଥିଲା, ଯେଉଁଠି ନାକୁଲ ଓରାଓଁ ନାମକ ଜଣେ ସ୍ଥାନୀୟ ତାନ୍ତ୍ରିକଙ୍କ ନେତୃତ୍ୱରେ ପ୍ରାୟ ୨୫୦ ଜଣ ଗ୍ରାମବାସୀ ଏହି ପରିବାରକୁ ଡାହାଣୀ ବୋଲି ଘୋଷଣା କରିଥିଲେ । ଏହାପରେ ସେମାନେ ପରିବାରର ସଦସ୍ୟମାନଙ୍କୁ ଘରୁ ଟାଣି ନେଇ ଏକ ପୋଖରୀ ନିକଟରେ ନିର୍ମମ ଭାବେ ପିଟିଥିଲେ । ପରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ଣ୍ଣିଆ ଏସଡିପିଓ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    81 %
    3.5kmh
    99 %
    Wed
    29 °
    Thu
    31 °
    Fri
    31 °
    Sat
    31 °
    Sun
    32 °

    ସମ୍ବନ୍ଧିତ