Wednesday, October 15, 2025
23.4 C
Odisha

    ଡିସେମ୍ବର ସୁଦ୍ଧା ସରିବ ଶ୍ରୀଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାମ, ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ହେବ ଟିକେଟ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସରିବ ଶ୍ରୀଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାମ । ୨୦୨୬ ରଥଯାତ୍ରା ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ । ରଥଯାତ୍ରା ପରେ ପ୍ରକଳ୍ପର ଅନ୍ୟ ସବୁ କାର୍ଯ୍ୟ କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗ ଉନ୍ନତୀକରଣ ହୋଇଥିବାବେଳେ ଏହାର ଚତୁଃପାର୍ଶ୍ଵର ଉନ୍ନତୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ହୋଇଛି ।  ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା କରାଯିବ ।

    ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ,ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଡ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ସେବକମାନଙ୍କ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ମାଟି ତୋଟାରେ ଆଦର୍ଶ ଗୁରୁକୁଳ ନିର୍ମାଣ ହେବ । ଏନେଇ ଥିବା ଜମିଜମା ବିବାଦର ସମାଧାନ ଜିଲ୍ଲାପାଳ କରିବେ। ଶ୍ରୀଜଗନ୍ନାଥ ଧାମକୁ ଏକ ଶ୍ରେଷ୍ଠ ଧାର୍ମିକ ଓ ସାଂସ୍କୃତିକ ସ୍ଥଳରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ବିଭିନ୍ନ ପ୍ରକଳ୍ପକୁ ନେଇ ସାଂସ୍କୃତିକ ଏବଂ ବୈଷୟିକ ଦିଗ ପ୍ରତି ଆଲୋଚନା କରାଯାଇଛି ।

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ଏହାର ରକ୍ଷଣାବେକ୍ଷଣ, ଶ୍ରୀମନ୍ଦିର ୭୫ ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ, ଶ୍ରୀମନ୍ଦିର ହୋମଯଜ୍ଞ ପ୍ରକଳ୍ପ, ଶ୍ରୀମନ୍ଦିର ନାମଯଜ୍ଞ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।  ଶ୍ରୀମନ୍ଦିର ଐତିହ୍ୟ ଆଲୋକୀକରଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।  ନିଳାଦ୍ରୀ ଭକ୍ତନିବାସ ପଛରେ ଥିବା ସ୍ଥାନରେ ଏକ ନୂଆ ଭକ୍ତନିବାସ ସ୍ଥାପନା ହେବ । ଶ୍ରୀମନ୍ଦିର ଭିତରେ ପୋଲିସ ଏବଂ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପାଇଁ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗୁ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    82 %
    0.4kmh
    7 %
    Wed
    24 °
    Thu
    29 °
    Fri
    29 °
    Sat
    28 °
    Sun
    29 °

    ସମ୍ବନ୍ଧିତ