Sunday, April 13, 2025
27.9 C
Odisha

    ତରଭୁଜ ଖାଇବା ସମୟରେ ଭୁଲରେ ଢ଼ୋକି ଦଉଛନ୍ତି କି ମଞ୍ଜି, ଜାଣନ୍ତୁ ଏହା ପେଟ ଭିତରେ କ’ଣ ହେବ?

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ଅତ୍ୟାଧିକ ଗରମ ହେଉଥିବା କାରଣରୁ ଲୋକମାନେ କିପରି ଥଣ୍ଡାରେ ରହିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତି । କେହି କେହି ଲୋକେ ନିଜ ଘରେ ଏସି’ ଆଣି ରଖନ୍ତି ତ ଆଉ କିଏ ଥଣ୍ଡା ଜିନିଷ ଖାଇ ଥଣ୍ଡା ରହିଥାନ୍ତି । କିନ୍ତୁ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଗ୍ରୀଷ୍ମ ଋତୁରେ ମାର୍କେଟରେ ବହୁତ ପ୍ରକାରର ଥଣ୍ଡା ଜିନିଷ ବିକ୍ରି ହୋଇଥାଏ । ଯେମିତିକି ଲସି ଠାରୁ ଆରମ୍ଭ କରି ତରଭୁଜ ପର୍ଯ୍ୟନ୍ତ ସବୁକିଛି ବିକ୍ରି ହୋଇଥାଏ ।

    ହେଲେ ସବୁ ଜିନିଷ ଅପେକ୍ଷା ତରଭୁଜ ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ । ଗ୍ରୀଷ୍ମ ଋତୁର ରାଜା ହେଉଛି ତରଭୁଜ । ଏଥିରେ ୯୦% ରୁ ଅଧିକ ଜଳ ଥାଏ । ତରଭୁଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ । ଏହା ସହିତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଏଥିସହ ଏହାକୁ ଛୋଟପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକମାନେ ପ୍ରାୟ ସବୁ ଖାଇଥାନ୍ତି । ଏହାର ବଡ଼ ବିଶେଷତ୍ୱ ହେଉଛି ଏଥିରେ ଅନ୍ୟ ଫଳ ତୁଳନାରେ କମ ସମୟ, କମ ସାର ଏବଂ କମ ପାଣିର ଆବଶ୍ୟକତା ରହିଥାଏ ।

    ତରଭୁଜ ରସଯୁକ୍ତ ଓ ସ୍ଵାଦିଷ୍ଟ ହୋଇଥାଏ ଓ ଆପଣଙ୍କ ଶରୀରକୁ ହାଇଡ୍ରେଟ କରିବାରେ ସାହାଯ୍ୟ ମଧ୍ୟ କରିଥାଏ । ଯାହାକି ଗ୍ରୀଷ୍ମ ଋତୁରେ ଆପଣଙ୍କ ଶରୀର ପାଇଁ ଖୁବ୍ ଆବଶ୍ୟକ । ବିଶେଷ ଭାବରେ ତରଭୁଜ ଆପଣ ମଧ୍ୟାହ୍ନ ସମୟରେ କିମ୍ବା ସନ୍ଧ୍ୟା ସମୟରେ ଖାଇବା ଉଚିତ୍ । ଆପଣମାନେ ନିଶ୍ଚିତ ଭାବେର ଜାଣିଥିବେ ଯେ ଯେତେବେଳେ ଆପଣ ତରଭୁଜ ଖାଆନ୍ତି, ତାହାର ମଞ୍ଜି ମଧ୍ୟ ପାଟି ଭିତରକୁ ଯାଇଥାଏ । କେହି କେହି ଏହି ମଞ୍ଜିକୁ କାଢ଼ି ଦେଇଥାନ୍ତି ତ ଆଉ କେହି ଖାଇ ଦେଇଥାଆନ୍ତି । ହେଲେ ଆପଣ କ’ଣ ଜାଣିଛନ୍ତି କି ଏହି ମଞ୍ଜି ପେଟ ଭିତରକୁ ଗଲେ କ’ଣ ହେବ ? ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ତଥ୍ୟ ।

    ତରଭୁଜ ମଞ୍ଜି ଖାଇବାର ଲାଭ :

    ହାର୍ଟ ପାଇଁ ଲାଭଦାୟକ : ତରଭୁଜ ମଞ୍ଜି ହାର୍ଟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏଥିରେ ଗୁଡ୍ ଫ୍ୟାଟ୍, ମ୍ୟାଗ୍ନେସିୟମ ଏବଂ ଓମେଗା-୩, ଓମେଗା-୬ ରହିଛି । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।

    ପାଚନ ଶକ୍ତି ଉନ୍ନତ କରେ : ତରଭୁଜ ଫାଇବରରେ ଭରପୂର ଏକ ଫଳ । ଯଦି ଆପଣ ଏହା ସହି ତରଭୁଜ ମଞ୍ଜି ଖାଆନ୍ତି, ତେବେ ଏହା ଶରୀରକୁ ଅଧିକ ଫାଇବର ଯୋଗାଇବ ଏବଂ ପାଚନ ପ୍ରକ୍ରିୟାରେ ଉନ୍ନତି ଆଣିବ ।

    ସ୍କିନ ପାଇଁ ଲାଭଦାୟକ : ତରଭୁଜର ମଞ୍ଜି ଖାଲି ଶରୀର ପାଇଁ ଲାଭଦାୟକ ନୁହେଁ ବରଂ ତ୍ବଚ୍ଚା ପାଇଁ ମଧ୍ୟ ବେସ୍ ଉପଯୋଗୀ ହୋଇଥାଏ । ତରଭୁଜ ମଞ୍ଜିରେ ଭିଟାମିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ ଯାହା ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ ।

    ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭ : ତରଭୁଜ ମଞ୍ଜିରେ ପ୍ରୋଟିନ୍ ଥାଏ । ଯାହା ମଧୁମେହ ରୋଗୀମାନେ ମଧ୍ୟ ସହଜରେ ତରଭୁଜ ମଞ୍ଜି ଖାଇପାରିବେ । ଏଥିରେ ଥିବା ମ୍ୟାଗ୍ନେସିୟମ୍ ମଧ୍ୟ ଲାଭଦାୟକ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    48 %
    2.4kmh
    100 %
    Sat
    28 °
    Sun
    40 °
    Mon
    39 °
    Tue
    38 °
    Wed
    37 °

    ସମ୍ବନ୍ଧିତ