Saturday, February 21, 2026
33.5 C
Odisha

    ତିନି ସ୍ଥାନରେ ଅଟକିଛି ୩ ରଥ, ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା

    ଆଗକୁ ପଢନ୍ତୁ

    ପୁରୀ : ଆଜି ସକାଳ ସାଢ଼େ ୯ଟା ୩୦ରୁ ଆରମ୍ଭ ହେବ ରଥଟଣା । ଗତକାଲି ପାହୁଣ୍ଡେ ଗଡ଼ିଥିଲା ନନ୍ଦିଘୋଷ । ରାତି ୭ଟା ୪୫ରେ ନନ୍ଦିଘୋଷ ପାହୁଣ୍ଡେ ଗଡ଼ି ଅଟକିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ୩ଟି ସ୍ଥାନରେ ଅଟକି ରହିଛନ୍ତି । ବଡ଼ ଠାରୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ରହିଛି । ତାଳଧ୍ବଜ ରଥ ବାରମ୍ବାର ମୋଡ଼ ନେବା ଯୋଗୁଁ ଅନ୍ୟ ରଥ ଗଡ଼ିବାରେ ବିଳମ୍ବ ହୋଇଥିଲା ।

    ସେହିପରି ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା । ପ୍ରାୟ ଦେଢ଼ ଗୁଣ ଭକ୍ତଙ୍କ ସମାଗମ ହୋଇଥିଲା । ମିରିଚିକୋଟ ଟାଉନ ଥାନା ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକି ରହିଛି । ସିଂହଦ୍ବାର ଆଗରେ ରହିଛି ନନ୍ଦିଘୋଷ । ରଥାରୂଢ଼ ବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସକାଳ ସାଢ଼େ ୯ଟାରୁ ପୁଣି ରଥଟଣା ଆରମ୍ଭ ହେବ । ମହାପ୍ରଭୁଙ୍କ ଅପେକ୍ଷାରେ ଶରଧାବାଲି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ