Sunday, October 18, 2026
23.2 C
Odisha

    ବର୍ଷା ଦିନେ ଭୁଲରେ ବି ଖାଆନ୍ତୁନି ଏହିସବୁ ପରିବା

    ଆଗକୁ ପଢନ୍ତୁ

    ବର୍ଷା ଦିନ ଯେତିକି ଆମକୁ ଶାନ୍ତି ଦେଇଥାଏ, ତାର କେତେଗୁଣ ଅଧିକ ସଂକ୍ରମଣ ମଧ୍ୟ ବଢାଇଥାଏ । ବର୍ଷା ଆସିଲେ ଗରମ କମିଯାଏ ସତ, କିନ୍ତୁ ସଂକ୍ରମଣର ମାତ୍ରା ବଢିଯାଏ । ବର୍ଷା ଦିନେ ଖାଦ୍ୟପେୟର ସ୍ବଚ୍ଛତା ଅଭାବରୁ ରୋଗ ବୃଦ୍ଧି ପାଇଥାଏ । ବିଶେଷକରି ଜଳଜନିତ ଏବଂ ଫୁଡ ପଏଜନିଂ ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ବିଶେଷଜ୍ଞ କିଛି ପରିବା ନ ଖାଇବାକୁ ପରାମର୍ଶ ଦେଇଥାନ୍ତି । କାରଣ ବର୍ଷା ଦିନେ କିଛି ପରିବାରେ ଜୀବାଣୁ ଓ ବ୍ୟାକ୍ଟେରିଆ ଅଧିକ ଥାଆନ୍ତି । ଯାହାକୁ ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ଅଧିକ ଦେଖା ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ସମୟରେ କେଉଁ ପରିବା ଖାଇବା ଉଚିତ ନୁହେଁ ।

    କୋବି : ଫୁଲକୋବି, ପତ୍ରକୋବି ଓ ବ୍ରୋକୋଲି ଭଳି ପରିବାଠାରୁ ସାଧାରାଣତଃ ବର୍ଷାଦିନେ ଯଥାସମ୍ଭବ ଦୂରତା ରଖିବା ଉଚିତ । ଯଦିଓ ଏଗୁଡ଼ିକରେ ପୋଷଣ ତତ୍ତ୍ବ ଅଧିକ ଥାଏ, ମାତ୍ର ବର୍ଷାଋତୁରେ ଅଧିକ ଆର୍ଦ୍ରତା କାରଣରୁ ଏହାର ପତ୍ରଗୁଡ଼ିକରେ ପୋକ ଲୁଚି ରହିଥାଏ । ତେଣୁ ବର୍ଷାଦିନେ ଏହି ପରିବା ଖାଉଥିଲେ ସାବଧାନ ରୁହନ୍ତୁ । କାରଣ ଏହି ପରିବା ଖାଇବା ଦ୍ବାରା ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

    ଛତୁ : ସେହିପରି ଛତୁରେ ଅଧିକ ପୋଷକ ତତ୍ତ୍ବ ଥିଲେ ମଧ୍ୟ ବର୍ଷା ଦିନେ ଏହାଠାରୁ ଦୂରତା ରଖିବା ଉଚିତ । କରାଣ ବର୍ଷାଦିନେ ଆର୍ଦ୍ରତା ହେତୁ ଛତୁ ଶିଘ୍ର ପଚିଯାଏ ଏବଂ ସେଥିରେ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ । ଏହାକୁ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି କରିଥାଏ ।

    ବାଇଗଣ : ବାଇଗଣକୁ ମଧ୍ୟ ବର୍ଷାଦିନେ ନ ଖାଇବା ଭଲ । କାରଣ ବର୍ଷା ଦିନେ ମୁଖ୍ୟତଃ ବାଇଗଣରେ ପୋକ ଲାଗିଥାନ୍ତି । ଯାହା ଫଳରେ ଏଥିରେ ବ୍ୟାକ୍ଟେରିଆ ରହିଥାନ୍ତି । ତେଣୁ ବର୍ଷା ଦିନେ ଏସବୁ ପନିପରିବାଠାରୁ ଯଥେଷ୍ଟ ସତର୍କ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

    ମୂଳା, ଗାଜର, ବିଟ : ସେହିପରି ବର୍ଷାଦିନେ ମୂଳା, ଗାଜର ଓ ବିଟ୍‌ ଭଳି ମାଟି ତଳେ ଫଳୁଥିବା ପରିବାଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ଯଦି ବି ଏଗୁଡ଼ିକ ଖାଉଛନ୍ତି ତେବେ ଏହାକୁ ଭଲ ଭାବରେ ଧୋଇ ସଫା କରି ଖାଆନ୍ତୁ ।

    ପାଲଙ୍ଗ କିମ୍ବା ଅନ୍ୟାନ୍ୟ ଶାଗ : ବର୍ଷାଦିନେ ପାଳଙ୍ଗ, ଲେଟୁସ୍ ଏବଂ ଅନ୍ୟାନ୍ୟ ପତ୍ରଯୁକ୍ତ ପନିପରିବା ଶୀଘ୍ର ପଚିଯାଏ। କାଦୁଅ ଏବଂ କୀଟପତଙ୍ଗ ଏଥିରେ ଲାଗି ରହିଥାଏ ଯାହା ଠିକ୍ ଭାବରେ ଧୋଇବା ପରେ ମଧ୍ୟ ସେଥିରେ ବ୍ୟାକ୍ଟେରିଆ ରହିଯାଇଥାଏ। ଏପରି ପରିସ୍ଥିତିରେ, ଏହା ଆପଣଙ୍କ ପେଟରେ ସଂକ୍ରମଣ ବୃଦ୍ଧି କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ