Friday, April 3, 2026
29.7 C
Odisha

    ତିରୁପତି ମନ୍ଦିର ଦଳାଚକଟା ଘଟଣା: ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ଦୁଇ ଅଧିକାରୀ ନିଲମ୍ବିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତିରୁପତି ମନ୍ଦିର ଦଳାଚକଟା ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଆଜି ବିଚାରବିଭାଗୀୟ ତଦନ୍ତ ଘୋଷଣା କରିଛନ୍ତି।  ଏହି ଘଟଣାରେ ୨ ଜଣ ଅଫିସରଙ୍କୁ ନିଲମ୍ବନ କରାଯାଇଛି।  ନାଇଡ଼ୁ ଆଜି ସକାଳେ ଅନ୍ୟ ମନ୍ତ୍ରୀ ଏବଂ ଟିଟିଡି ଅଧିକାରୀଙ୍କ ସହ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଆଜି ସନ୍ଧ୍ୟା‌‌ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନାଇଡ଼ୁ କହିଛନ୍ତି, ତିରୁପତିରେ ପରିଚାଳନା ବ୍ୟବସ୍ଥାରେ ମୁଁ କିଛି ତ୍ରୁଟି ‌‌ଦେଖିଲି।  ୨ ଜଣ ଅଧିକାରୀ ଠିକ୍‌ଭାବେ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିନଥିବାରୁ ନିଲମ୍ବିତ ହୋଇଛନ୍ତି। ତିରୁପତି ଏସ୍‌ପି , ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ)ର କାର୍ଯ୍ୟନିର୍ବାହୀ ଅଫିସର ଏବଂ ଅନ୍ୟ ଅଧିକାରୀମାନେ ବଦଳି ହୋଇଛନ୍ତି।  ମୁଖ୍ୟମନ୍ତ୍ରୀ  କହିଛନ୍ତି, ସେ ଉକ୍ତ ଘଟଣା ପାଇଁ ମର୍ମାହତ। ମୃତକଙ୍କ ପରିବାର ସଦସ୍ୟଙ୍କୁ ସେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।  ୩୩ ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ  ଆର୍ଥିକ ସହାୟତା ‌ଘୋଷଣା କରାଯାଇଛି।  ଉଲ୍ଲେଖଯୋଗ୍ୟ,  ବୈକୁଣ୍ଠ ଦ୍ବାର ଦର୍ଶନ ଟିକେଟ୍‌ କେନ୍ଦ୍ରରେ ଗତକାଲି   ଶ୍ରଦ୍ଧାଳୁଙ୍କର ଲମ୍ବା ଲାଇନ୍‌ ଲାଗିଥିଲା। ରାତିରେ ଭିଡ଼ ଅସମ୍ଭବ ଭାବେ ବୃଦ୍ଧି ପାଇବାରୁ  ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ