Wednesday, October 14, 2026
26.2 C
Odisha

    ତୁର୍କୀ ହୋଟେଲରେ ଅଗ୍ନିକାଣ୍ଡ, ୬୬ ମୃତ

    ଆଗକୁ ପଢନ୍ତୁ

    ଙ୍କାରା: ତୁର୍କୀର ବୋଲୁ ପର୍ବତରେ ଥିବା ଗ୍ରାଣ୍ଡ କାର୍ତାଲ ହୋଟେଲରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କ ମୃତ୍ୟୁ ଘଟିଛି। ହୋଟେଲରେ ନିଆଁ ଲାଗିବା ପରେ ଅନେକ ଅତିଥି ନିଆଁରୁ ବର୍ତ୍ତିବା ପାଇଁ ଝରକା ଦେଇ ଡେଇଁ ପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉତ୍ତର-ପଶ୍ଚିମ ତୁର୍କୀର ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ‘କାର୍ଟଲକୟା ସ୍କି ରିସୋର୍ଟ’ରେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡ ସମୟରେ ହୋଟେଲରେ ୨୩୪ ଜଣ ଅତିଥି ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ରାତି ପ୍ରାୟ ସାଢ଼େ ୩ଟା ବେଳେ ୧୨ ମହଲା ବିଶିଷ୍ଟ ଏହି ହୋଟେଲର ରେଷ୍ଟୁରାଣ୍ଟ ଫ୍ଲୋର୍‌ରେ ନିଆଁ ଲାଗିଥିଲା ଏବଂ ଏହା ଦ୍ରୁତ ଗତିରେ କୋଠା ଭିତରକୁ ବ୍ୟାପିଯାଇଥିଲା। ସମଗ୍ର ପରିବେଶରେ ଧୂଆଁ ଭର୍ତ୍ତି ହୋଇଥିବା ବେଳେ ହୋଟେଲର ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇନଥିବାରୁ ଏତେ ସଂଖ୍ୟକ ମୃତ୍ୟୁ ଘଟିଲା ବୋଲି କୁହାଯାଉଛି।ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା ନେକ୍ମି କେପ୍ସୁଟୁଟାନ୍ କହିଛନ୍ତି ଯେ ସେ ପ୍ରାୟ ୨୦ ଜଣ ଅତିଥିଙ୍କୁ ସୁରକ୍ଷିତ ବାହାର କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ପ୍ରବଳ ଧୂଆଁ ଯୋଗୁଁ ଅନେକଙ୍କ ପାଇଁ ନିଆଁରୁ ବର୍ତ୍ତିବା ପ୍ରାୟ ଅସମ୍ଭବ ହୋଇପଡ଼ିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୬ରେ ପହଞ୍ଚିଥିବା ବେଳେ ୫୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ କେମାଲ ମେମିସୋଗ୍ଲୁ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ