Saturday, February 21, 2026
33.5 C
Odisha

    ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ତୃତୀୟ ଦିନରେ ଡ୍ରାଇଭର ମହାସଂଘର ଆନ୍ଦୋଳନ । ଚାଲୁନି ଗାଡ଼ିମୋଟର। ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହାନ୍ତି ଯାତ୍ରୀ । ଦୂରଦୂରାନ୍ତରେ ରହି ଛଟପଟ ହେଉଛନ୍ତି । ମାଲ ପରିବହନ ହୋଇ ପାରୁନି। ସ୍ଥିତି ଜଟିଳ ହେଲାଣି । ରାଜ୍ୟରେ ଡ୍ରାଇଭର ମହାସଂଘ ତିନି ଦିନ ହେଲା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ତୃତୀୟ ଦିନ ପାଇଁ ଆନ୍ଦୋଳନ ଚାଲିଛି । ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଦୂର ଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀ ଅଟକି ରହିଛନ୍ତି । ଜରୁରୀ କାମ ଥିଲେ ବି ଯାଇ ପାରୁ ନାହାନ୍ତି । ଏଣେ ଦାବି ପୂରଣ ନେଇ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଡ୍ରାଇଭର ଆନ୍ଦୋଳନରୁ ହଟିବ ବୋଲି କହିଛି ମହାସଂଘ । ଜନସାଧାରଣଙ୍କୁ ହଇରାଣ କରିବା ଆମ ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ୭ ଦଫା ଦାବି ପୂରଣ ନେଇ ଡ୍ରାଇଭର ମହାସଂଘ ସହ ମଙ୍ଗଳବାର ୪ ଘଣ୍ଟା ଧରି ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ । କିନ୍ତୁ ଆଲୋଚନାରୁ କିଛି ନିଷ୍କର୍ଷ ବାହାରିପାରି ନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ