Monday, July 27, 2026
24.9 C
Odisha

    ଲଗାଣ ବର୍ଷା ଯୋଗୁଁ ବଢ଼ିଲା ଜଳସ୍ତର, ବନ୍ଦ ହେଲା ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ

    ଆଗକୁ ପଢନ୍ତୁ

    ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସ୍ପର୍ଶ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଦର୍ଶନ ପାଇଁ ଆସୁଥାନ୍ତି । କିନ୍ତୁ ଗତ କିଛି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଫଳରେ ଦେବଗିରି ପାହାଡ଼ରୁ ପ୍ରବାହିତ ଜଳର ପରିମାଣ ବଢ଼ିଯାଇଛି । ଏହା ଯୋଗୁଁ ଶିବଲିଙ୍ଗ ନିକଟକୁ ଯିବା ବିପଦଜନକ ହୋଇପଡ଼ିଥିବାରୁ ମନ୍ଦିର ପ୍ରଶାସନ ଓ ଟ୍ରଷ୍ଟବୋର୍ଡ ସୁରକ୍ଷା ଦୃଷ୍ଟିରୁ ସ୍ପର୍ଶ ଦର୍ଶନ ବନ୍ଦ କରିଛନ୍ତି ।

    ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଭକ୍ତ ଏବଂ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱରକୁ ଆସିଥିଲେ । ହେଲେ ଜଳପ୍ରବାହ ଅତ୍ୟଧିକ ଥିବାରୁ ସେମାନେ ବାବାଙ୍କ ସ୍ପର୍ଶ ଦର୍ଶନ କରିପାରିନଥିଲେ । ଫଳରେ ଅନେକ ଭକ୍ତ ନିରାଶ ହୋଇ ଫେରିଯାଇଥିବା ବେଳେ କେତେକ ଦୂରରୁ ପ୍ରଣାମ କରି ପୂଜାର୍ଚ୍ଚନା କରିଥିଲେ । ଜଳସ୍ତର ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ପୁଣିଥରେ ସ୍ପର୍ଶ ଦର୍ଶନ ଆରମ୍ଭ ହେବ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି । ସେପର୍ଯ୍ୟନ୍ତ ଭକ୍ତମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.9 ° C
    24.9 °
    24.9 °
    93 %
    1.9kmh
    97 %
    Mon
    25 °
    Tue
    25 °
    Wed
    24 °
    Thu
    30 °
    Fri
    30 °

    ସମ୍ବନ୍ଧିତ