Monday, March 16, 2026
24.3 C
Odisha

    ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନର ଟାର୍ଗେଟ

    ଆଗକୁ ପଢନ୍ତୁ

    ସ୍ଥାନୀୟ କିଙ୍ଗ୍ସ ମିଡ୍‌ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସଞ୍ଜୁ ସାମସନ। ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତ ଇନିଂସ ୨୦ ଓଭରରେ ୨୦୨ ରନରେ ସୀମିତ ରହିଥିଲା।

    ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ମାତ୍ର ୨୪ ରନରେ ଓପନର ଅଭିଷେକ ଶର୍ମା (୭)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସାମସନ ବିସ୍ଫୋରକ ବ୍ୟାଟିଂ କରି ଇନିଂସ ସମ୍ଭାଳି ନେଇଥିଲେ। ସେ ଦ୍ୱିତୀୟ ଉଇକେଟରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ୩୭ ବଲ୍‌ରୁ ୬୬ ଓ ତୃତୀୟ ଉଇକେଟରେ ତିଲକ ବର୍ମାଙ୍କ ସହ ୩୪ ବଲ୍‌ରୁ ୭୭ ରନର ମଲ୍ୟବାନ ଭାଗୀଦାରି ଗଢ଼ିଥିଲେ। ୪୭ ବଲ୍‌ରୁ ଶତକ ପୂରଣ କରିଥିବା ସାମସନ ୫୦ ବଲ୍‌ରୁ ୭ ଚୌକା ଓ ୧୦ ଛକା ସହାୟତାରେ ୧୦୭ ରନକରି ଆଉଟ ହୋଇଥିଲେ। ଏହାଥିଲା ତାଙ୍କ କ୍ୟାରିୟରର ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ଶତକ। ତାଙ୍କ ଆଉଟ ପରେ ଅପ୍ରତ୍ୟାଶିତଭାବେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତ ସ୍କୋର ୨୦୨ରେ ସୀମିତ ରହି ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ