Sunday, September 27, 2026
27.3 C
Odisha

    ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ ୩ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ

    ଆଗକୁ ପଢନ୍ତୁ

    ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ସଙ୍ଗିନ ବନ୍ୟା ସ୍ଥିତି । ଆଜି ଆକାଶମାର୍ଗରୁ ଦକ୍ଷିଣ ଓଡ଼ିଶାର ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପହଞ୍ଚି ଭୂସ୍ଖଳନ ସ୍ଥିତି ଅନୁଧ୍ୟାନ କରିଛନ୍ତି ।ଗତ ୪ ଦିନ ମଧ୍ୟରେ କଳିଙ୍ଗା ଘାଟିରେ ୩ ଥର ଭୂସ୍ଖଳନ ହୋଇଛି । ରାସ୍ତା ଉପରକୁ ମାଟି ଅତଡ଼ା ଧସିଆସୁଥିବାରୁ ଏଠାକାର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କୋରାପୁଟ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଅପରାହ୍ନରେ ହେଲିକପ୍ଟର ଯୋଗେ ନବରଙ୍ଗପୁର ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ । ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ସାଢ଼େ ୪ଟାରେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି । ଗସ୍ତରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ମଧ୍ୟ ସାମିଲ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ