Sunday, September 27, 2026
27.3 C
Odisha

    ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବି

    ଆଗକୁ ପଢନ୍ତୁ

    ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବଲପୁରରେ ଏମ୍ସ ହସ୍ପିଟାଲ୍‌ ଖୋଲିବାକୁ ଦାବି ହେଉଥିବା ବେଳେ ୨୦୨୪ର ଏକ ଚିଠିକୁ ନେଇ ଚର୍ଚ୍ଚା ବଢ଼ିଛି ।

    ୨୦୨୪ରେ ରାଜ୍ୟ ସରକାର ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ନିକଟରେ ଦାବି ରଖିଥିଲେ । ସେହି ସମୟରେ ରାଜ୍ୟ ସରକାର ସମ୍ବଲପୁରରେ ଏମ୍ସ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିବା ଖବର ପ୍ରକାଶ ପାଇଥିଲା । ଅନ୍ୟପଟେ, ଦ୍ୱିତୀୟ ଏମ୍ସ ପାଇଁ କେନ୍ଦ୍ରର ଅନୁମୋଦନ ନେଇ ସେତେବେଳେ ସ୍ପଷ୍ଟତା ନଥିବା ଜଣାପଡ଼ିଥିଲା । ଏହାକୁ ନେଇ ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି ।

    ବିଶେଷ କଥା ହେଉଛି, ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେପିର ଘୋଷଣାପତ୍ରରେ ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦିଆଯାଇଥିଲା ।ଏବେ ସମ୍ବଲପୁରରେ ଏମ୍ସ ପ୍ରତିଷ୍ଠା ନେଇ ଦାବି ପୁଣି ଜୋର ଧରିଥିବା ବେଳେ ପ୍ରସ୍ତାବର ବର୍ତ୍ତମାନ ସ୍ଥିତି ଓ କେନ୍ଦ୍ରର ଅନୁମୋଦନ ନେଇ ସ୍ପଷ୍ଟତାକୁ ଅପେକ୍ଷା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ