Friday, February 7, 2025
24.8 C
Odisha

    ଦରଦାମ ବୃଦ୍ଧିରେ ରୋକ ଲଗାଇବାକୁ ସରକାର ଚେଷ୍ଟା କରୁଛନ୍ତି : ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜେଡିର ଆନ୍ଦୋଳନ ଉପରେ କଡ଼ା ଜବାବ ରଖିଲା ବିଜେପି ।  ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ସମୟରେ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବାକୁ ଦଳ ନିନ୍ଦା କରଛି ।  ଓଡ଼ିଶାର ବିକାଶ ବିଜେଡ଼ି ଦେହରେ ଯାଉ ନାହିଁ ।  ବିଜେପି ସରକାରର ସଫଳ ଶାସନ ଦେଖି ସହିପାରୁନି ବିଜେଡ଼ି ।

    ଦର ବୃଦ୍ଧି ସମସ୍ୟା ବିଜେପିକୁ ଉତ୍ତରାଧିକାରୀ ସୂତ୍ରରେ ଦେଇଛି ବିଜେଡ଼ି । ପୂର୍ବ ସରକାର କରିଥିବା ଆଳୁ, ପିଆଜ ମିଶନ ଫେଲ । ଅଧିକାଂଶ ସାମଗ୍ରୀ ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଗତ ସରକାର ଲମ୍ବା ସମୟ ଧରି ଯାହା କରିପାରିଲାନି, ବିଜେପି ସରକାର ୬ ମାସରେ କରି ଦେଖାଇଛି ।

    ବିଜେଡ଼ି ସରକାର କହିଥିଲା ଧାନ ଉପରେ ୧୦୦ଟଙ୍କା ବୋନସ ଦେବ, କିନ୍ତୁ ଦେଲା ନାହିଁ । ବିଜେପି ପ୍ରତିଶ୍ରୁତି ଦେଇଥିଲା ଓ ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେଲା ।  ମହିଳା ସଶକ୍ତିକରଣ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବିଜେଡ଼ି । କିନ୍ତୁ ବିଜେପି ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସମ୍ମାନ ଦେଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    30 %
    1.5kmh
    3 %
    Fri
    32 °
    Sat
    32 °
    Sun
    33 °
    Mon
    35 °
    Tue
    36 °

    ସମ୍ବନ୍ଧିତ