Tuesday, September 17, 2024
24.1 C
Odisha

    ଦଶପଲ୍ଲା ରାଜମାତା କମଳା କୁମାରୀ ଦେଓଭଞ୍ଜଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସିଛି ଏକ ବଡ଼ ଦୁଃଖ ଖବର । ଦଶପଲ୍ଲା  ଗଡ଼ଜାତ ରାଜ୍ୟର ଶେଷ ରାଜମାତା କମଳା କୁମାରୀ ଦେଓଭଞ୍ଜଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଶ୍ରୀମତୀ ଭଞ୍ଜଦେଓଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ବିଶାଖାପାଟଣାରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଦଶପଲ୍ଲାର ୧୭ତମ ରାଜା ପୂର୍ଣ୍ଣଚନ୍ଦ୍ର ଦେଓଭଞ୍ଜ ତଥା ଭୁବନେଶ୍ୱରର ପୂର୍ବତନ ସାଂସଦଙ୍କୁ ବିବାହ କରିଥିଲେ ।ରାଜମାତା କମଳାଙ୍କ ବିୟୋଗରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ରାଜକୀୟ ପରମ୍ପରା ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ରାଜମାତାଙ୍କ ବିୟୋଗରେ ସମଗ୍ର ଦଶପଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରାଜା ସାହେବ ଦିଗବିଜୟ ଚନ୍ଦ୍ର ଦେଓଭଞ୍ଜ ଓ ରାଣୀ ପ୍ରଭାମଞ୍ଜରୀ ଦେଓଭଞ୍ଜ ରାଜମାତାଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ