Friday, March 13, 2026
28 C
Odisha

    ଦାଢି-ନଖ-କେଶ କେଉଁ ଦିନ କାଟିବା, ଆସନ୍ତୁ ଜାଣିବା କଣ କହୁଛନ୍ତି ପ୍ରେମାନନ୍ଦ ମହାରାଜ

    ଆଗକୁ ପଢନ୍ତୁ

    ସାଧାରଣତଃ ଲୋକେ ରବିବାର ଦିନ ନିଜର ଦାଢି ନିଶ ଏବଂ କେଶ କାଟିଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏହା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ଏନେଇ ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ, ସପ୍ତାହରେ କେଉଁ ଦିନ ଦାଢି-ନିଶ କାଟିବା ଆବଶ୍ୟକ, ଆସନ୍ତୁ ଜାଣିବା ଏହି ବିଷୟରେ..

    ପ୍ରେମାନନ୍ଦ ମହାରାଜଙ୍କ କହିବାନୁଯାୟୀ, ସପ୍ତାହ ଏପରି କିଛି ଦିନ ଅଛି, ଯେଉଁଦିନ ନଖ କିମ୍ବା ଚୁଟି କାଟିବା ଭଲ ନୁହେଁ। ସେ ନିଜ ପ୍ରବଚନ ଜରିଆରେ କହିଛନ୍ତି ଯେ, ସପ୍ତାହର ଦୁଇଟି ଦିନ କରିବା ଆବଶ୍ୟକ।

    ସୋମବାର ଦିନ ଯିଏ ଶିବଙ୍କୁ ପୂଜା କରୁଛି ଏବଂ ନିଜ ପିଲାମାନଙ୍କ ଉନ୍ନତି ଚାହୁଁଛି, ସେ ଏହି ଦିନ ଦାଢି-ନିଶ କାଟିବା ବା ନଖ କାଟିବା ଆଦି ନ କରିବା ଆବଶ୍ୟକ। ମଙ୍ଗଳବାର ଏବଂ ଶନିବାର ଦିନ ଏହା କରିବା ଦ୍ୱାରା ମୃତ୍ୟୁ ଯୋଗ ଗଠନ ହୋଇଥାଏ। ଏଥିପାଇଁ ଏହି ଦୁଇ ଦିନ ବିଲକୁଲ ଦାଢି ବା ନଖ ନ କାଟିବା ଆବଶ୍ୟକ। ବୁଧବାର ଏବଂ ଶୁକ୍ରବାର ଦିନ ଏହା ଅବଶ୍ୟ କରିବା ଆବଶ୍ୟକ।

    ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ, ବୁଧବାର ଦିନ ଦାଢି ଏବଂ ଚୁଟି କାଟିବା ଆବଶ୍ୟକ। ଶୁକ୍ରବାର ଦିନ ମଧ୍ୟ ଏହି କାମ କରିବା ଆବଶ୍ୟକ। ଏଥିରେ ଲାଭ, ଯଶ, ଉନ୍ନତି ପ୍ରାପ୍ତ ହୋଇଥାଏ। ରବିବାର ଦିନ ଏହା କରିବା ଦ୍ୱାରା ଧନ ଏବଂ ବୁଦ୍ଧି ହାନି ହୋଇଥାଏ।

    ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ, ରହିବାର ସୂର୍ଯ୍ୟଙ୍କ ଦିନ। ଏହି ଦିନ ଚୁଟି କାଟିବାରେ ବା ଦାଢି ବନେଇବାରେ ଧନ, ଯଶ ଏବଂ କୀର୍ତ୍ତି ହାନି ହୋଇଥାଏ। ସେହିପରି ଗୁରୁବାର ଦିନ ବୃହସ୍ପତିଙ୍କ ଦିନ। ଏହି ଦିନ ଚୁଟି କାଟିଲେ ଧନ ଏବଂ ମାନ ହାନି ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ