Monday, April 13, 2026
40.8 C
Odisha

    ଦାମୀ କାରରେ ଆସିଲେ, ୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟିଲେ ୭ ମହିଳା

    ଆଗକୁ ପଢନ୍ତୁ

    ଅନୁଗୁଳ: ଦାମୀ ଗାଡିରେ ଆସିଲେ, ଦାମୀ ଶାଢ଼ୀ ଲୁଟିଲେ । ଦାମୀ କାରରେ ଆସି ୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟି ନେଲେ ୭ ମହିଳା । ୭ ଲକ୍ଷ ଟଙ୍କାର ଦାମୀ ସମ୍ବଲପୁରୀ ଶାଢ଼ି ନେଇ ଚମ୍ପଟ ମାରିଛନ୍ତି ୭ ମହିଳା । ଅନୁଗୁଳ ଅମଲାପଡ଼ାର ‘ବୟନିକା’ରୁ ବଡ଼ଧରଣର ଚୋରି ହୋଇଛି । ଷ୍ଟୋର କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ୭ ଜଣ ମହିଳା ଘଟାଇଥିବା କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବୟନିକା ସାମ୍ନାରେ ଲାଗିଥିଲା ଏକ ଦାମୀ କାର । କାରରୁ ୭ ଜଣ ମହିଳାଙ୍କ ସମେତ କାର୍ ଚାଳକ ଓହ୍ଲାଇଥିଲେ । ଦାମୀ କାର ଓ ସାତ ସାତ ଜଣ ମହିଳା ଆସିଥିବା ଦେଖି ଅଧିକ ଟଙ୍କାର ଶାଢ଼ି କିଣିବେ ବୋଲି ଆଶା କରିଥିଲେ ଷ୍ଟୋର କର୍ମଚାରୀ । ହେଲେ ଦାମୀ କାରରେ ଆସିଥିବା ସେହି ମହିଳାମାନେ ଯେ ଅଭିଜ୍ଞ ଚୋରଣୀ ତାହା ସେମାନଙ୍କ କଳ୍ପନା ବାହାରେ ଥିଲା ।

    ଷ୍ଟୋରର କିଛି କର୍ମଚାରୀ ଖାଇବାକୁ ଯାଇଥିବା ବେଳେ ୨ ଜଣ କର୍ମଚାରୀ ଉପସ୍ଥିତ ଥିଲେ । ସେମାନେ ଭଳିକି ଭଳି ଶାଢ଼ୀ ଦେଖାଉଥିବା ବେଳେ କେତେକ ଧୂର୍ତ୍ତ ମହିଳା ଜଙ୍ଘରେ ଏକାଧିକ ଦାମୀ ଶାଢ଼ି ଲୁଚାଇ ଥରକୁ ଥର କାରରେ ଛାଡି ଆସୁଥିଲେ । ମହିଳାମାନେ ଷ୍ଟୋର ଛାଡିବା ପୂର୍ବରୁ ପ୍ରାୟ ୭ ଲକ୍ଷ ଟଙ୍କାର ସମ୍ବଲପୁରୀ ଶାଢ଼ି ଚୋରାଇ ନେଇଥିଲେ । ଏ ନେଇ ବୟନିକା ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଖୋଳତାଡ଼ ଚଳାଇଛି । ଖବର ପାଇବା ପରେ ଅନୁଗୁଳ ଆଇଆଇସି ପ୍ରକାଶ ଚନ୍ଦ୍ର ମାଝୀଙ୍କ ନେତୃତ୍ବରେ ପୁଲିସ ଟିମ୍ ‘ବୟନିକା’ରେ ପହଞ୍ଚି ପଚରାଉଚୁରା କରିଥିବା ଜଣାପଡ଼ିଛି । ସିସିଟିଭି ଯାଞ୍ଚରୁ ମହିଳାଙ୍କ କାରନାମା ଜାଣିବା ପରେ ପୁଲିସ ଛାନ୍ ଭିନ୍ ଚଳାଇଛି । କାରଟି ୫୫ ନମ୍ବର ଜାତୀୟ ରାଜପଥରେ ବଡ଼କେରା ଆଡ଼କୁ ଯାଇଥିବା ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.8 ° C
    40.8 °
    40.8 °
    10 %
    3.7kmh
    0 %
    Mon
    40 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ