Thursday, October 1, 2026
22.7 C
Odisha

    ଦାୟିତ୍ବ ନେଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୧୯୯୦ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ବିଦାୟୀ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ଆହୁଜା ଲୋକସେବା ଭବନସ୍ଥିତ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ଶ୍ରୀ ଜେନାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶ୍ରୀ ଜେନାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାବେଳେ ନୂତନ ମୁଖ୍ୟ ସଚିବଙ୍କୁ ସ୍ବାଗତ କରିଥିଲେ।ଆସନ୍ତାକାଲି ଠାରୁ ନୂଆ ମୁଖ୍ୟ ସଚିବ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବେ।ଏବେ ରାଜ୍ୟରେ ସରକାର ବଦଳିଥିବାରୁ ନୂଆ ମୁଖ୍ୟମନ୍ତ୍ରୀ ଓ ନୂଆ ମୁଖ୍ୟ ସଚିବ ତାଙ୍କର ନୂଆ ଟିମ୍ ବାଛିବେ। ଏଥିପାଇଁ ଖୁବ୍‌ ଶୀଘ୍ର ପ୍ରାଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ ହେବ ବୋଲି କୁହାଯାଉଛି। ଏଥିରେ ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ, ଏସ୍‌ପିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସ୍ତରରେ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ