Saturday, September 26, 2026
24.6 C
Odisha

    ଦିନକ ପାଇଁ ପୋଲିସ ଏଡିଜି ହେଲେ ୯ ବର୍ଷର ବାଳକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୯ ବର୍ଷ ବୟସରେ ଆଇପିଏସ୍‌ ଅଫିସର୍‌! ଏହି କଥା ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଘଟଣାଟି ସତ। ଏଡିଜି ଭାବେ ଦିନକ ପାଇଁ ଦାୟିତ୍ୱ ନେଇଛନ୍ତି ବାରଣାସୀର ୯ବର୍ଷର ରଣବୀର ଭାରତୀ। ଏହି ଖବରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା। ଏବେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଉଠୁଥିବ କି ମାତ୍ର ୯ବର୍ଷରେ ଜଣେ ପିଲା କିଭଳି ଆଇପିଏସ ର‍୍ୟାଙ୍କର ପଦବୀ ପାଇଲେ ଆଉ ତାହା ପୁଣି ମାତ୍ର ଦିନକ ପାଇଁ ? ହଁ ଆଜ୍ଞା କଥାଟା ଟିକେ ଫିଲ୍ମି ଲାଗୁଥିଲେ ବି ସତ। ଉତ୍ତରପ୍ରଦେଶ ବାରଣାସୀର ବାସିନ୍ଦା ରଣବୀର ଭାରତୀ। ବୟସ ମାତ୍ର ୯ବର୍ଷ। କଅଁଳ ବୟଷରେ ରଣବୀର ପୀଡିତ ଅଛନ୍ତି ବଡ ରୋଗରେ। ସେ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ। ସବୁ ପ୍ରକାର ଚେଷ୍ଟା ସତ୍ୱେ ରଣବୀରକୁ ବଂଚାଇବା ଅସମ୍ଭବ ହୋଇପଡିଛି। ଦିନକୁ ଦିନ ଲିଭିଲିଭି ଆସୁଛି ରଣବୀରଙ୍କ ଜୀବନ ଦୀପ। ପିଲାଦିନରୁ ରଣବୀରଙ୍କ ସ୍ୱପ୍ନ ଥିଲା ଜଣେ ଆଇପିଏସ ଅଧିକାରୀ ହୋଇ ଦେଶ ସେବା କରିବା ପାଇଁ। କିନ୍ତୁ ବିଧିର ବିଧାନକୁ କିଏ ଅବା ଟାଳିପାରେ। ବର୍ତମାନ ବ୍ରେନ୍‌ ଟ୍ୟୁମର ଭଳି ଗୁରୁତ୍ତର ରୋଗରେ ପୀଡିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ରଣବୀର। ଦୁନିଆକୁ ଭଲଭାବେ ଦେଖିବା ପୁର୍ବରୁ ଏହି ଜୀବନ ନେବା ରୋଗ ତାଙ୍କୁ କବଳିତ କରିଛି। ଏଣୁ ଶେଷ ସମୟରେ ପୁଅର ଦେଶସେବା କରିବାର ଇଚ୍ଛାକୁ ପୁରଣ କରିବାକୁ ପଛାଇ ନାହାଁନ୍ତି ପିତାମାତା। ପୁଅର ଏଭଳି ଭିନ୍ନ ଇଚ୍ଛାକୁ ପୁରଣ କରିବାପାଇଁ ବାରଣାସୀର ଜୋନ ଏଡିଜିଙ୍କୁ ନିବେଦନ କରିଥିଲେ ରଣବୀରଙ୍କ ପିତା। ଏକଥା ଶୁଣିବା ପରେ ରଣବୀରଙ୍କ ଇଚ୍ଛାକୁ ପୁରଣ କରିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ ଏଡିଜି। ୯ ବର୍ଷୀୟ ରଣବୀର ଗୋଟିଏ ଦିନ ପାଇଁ ଏଡିଜି ଭାବେ ନିଯୁକ୍ତି ପାଇବା ସହ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟଭାର ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ମଧ୍ୟ ରଣବୀରଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ସାଲ୍ୟୁଟ ଜଣାଇଛନ୍ତି । ମାତ୍ର ୯ ବର୍ଷ ବୟସରରେ ଏହି ବାଳକ ନିଜ ଜୀବନର ଇଚ୍ଛାକୁ ପୁରଣ କରିପାରିଛନ୍ତି। ସୋସିଆଲ ମିଡିଆରେ ରଣବୀର ଭାରତୀଙ୍କ ଏହି ଖବରକୁ ନେଇ ଏବେ ଚର୍ଚ୍ଚା ସାଉଁଟିଛି । ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ପୋଲିସ ବାବୁଙ୍କର ଏଭଳି ପଦକ୍ଷପକୁ ଭୂରିଭୂରି ପ୍ରଶଂସା କରିିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି “ ସାର୍‌ ଆପଣ ଆମ୍ଭ ହୃଦୟ ଜିତିନେଲେ ତ ପୁଣି ଆଉ କିଏ ଲେଖିଛନ୍ତି ସବୁ ପୋଲିସ ବାବୁ ଏଭଳି ହୃଦୟବାନ୍‌ ହେବା ଉଚ୍ଚିତ୍‌। ପୁଣି ଆଉକିଏ ଏହି କୁନି ଆଇପିଏସ ଅଫିସରଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ