କଟକ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଏସିଆ ମହାଦେଶର ସର୍ବ ବୃହତ ମୁକ୍ତ ଆକାଶ ବାଣିଜ୍ୟକ ମହାକୁମ୍ଭ । ଲାଗିବ ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଚହଳି । କୋଟି କୋଟି ଟଙ୍କାର ଚାଲିବ କିଣା ବିକା । ଐତିହାସିକ କଟକ ବାଲିଯାତ୍ରାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସିଏମସିର ପ୍ରସ୍ତୁତି ଜୋରଦାର ଚାଲିଛି । ହେଲେ ବାଲିଯାତ୍ରା ପ୍ରସ୍ତୁତିକୁ ବାଧକ ସାଜୁଛି ବର୍ଷା ।ଐତିହାସିକ କଟକ ବାଲିଯାତ୍ରା ପାଇଁ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି । ଚଳିତ ଥର ବାଲିଯାତ୍ରାରେ କରାଯିବା ଗ୍ରୀନ କରିଡରର ବ୍ୟବସ୍ଥା । ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ଲଗାଯିବ LED ସ୍କ୍ରିନ । ଲୋକେ କିଭଳି କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଓ ଖାଇବା ପିଇବାର ମଜା ଉଠେଇ ପାରିବା ସେଭଳି କିଛି ପ୍ରସ୍ତୁତି ଚାଲିଛି ଏଥର ବାଲିଯାତ୍ରାରେ । ବିଶେଷ କରି ଚଳିତ ବର୍ଷ ବାଲିଯାତ୍ରାରେ ୪୦ରୁ ୪୫ଟି ଦୋଳି ପଡିବ । ବ୍ରେକ ଡ୍ୟାନ୍ସ, ଟୋରା ଟୋରା, ସୁନାମି, ଡଙ୍ଗା, ରାମ ଦୋଳି ଏହି ଭଳି ଅନେକ ଦୋଳି ପଡୁଛି ବାଲିଯାତ୍ରାରେ । ଚଳିତ ବର୍ଷ ବାଲିଯାତ୍ରାରେ ରୋବୋଟିକ ଆନିମଲ ଓ ଜଳପରୀକୁ ଉପଭୋଗ କରିପାରିବେ ଦର୍ଶକ । ତେବେ ରୋବୋଟିକ ଆନିମଲ ଟିକେଟ ପ୍ରାଇସ୍ ରହିଛି ୬୦ରୁ ୭୦ଟଙ୍କା ରହିଛି । ଜଳ ପରି ପାଇ ଟିକେଟ୍ ପ୍ରାଇସ୍ ୧୦୦ ଟଙ୍କା ରହିଛି । ତେବେ ଏହି ସୋ ଦିନ ୨ ଟାରୁ ରାତି ୧୦ ଟା ଯାଏ ଚାଲିବ ।
ତେବେ ଚଳିତ ବର୍ଷ ବାଲିଯାତ୍ରା ପ୍ରସ୍ତୁତି ଫିକା ପଡୁଛି । କାହିଁକି ନା ବର୍ଷାର ପ୍ରଭାବରେ ବାଲିଯାତ୍ରା ହେଉଥିବା ଅନେକ ସ୍ଥାନରେ ପାଣି ଜମି ରହୁଛି । ଏପଟେ ହାତରେ ଆଉ ଅଳ୍ପ ଦିନ । ଏହି କିଛି ଦିନ ଭିତରେ ଯଦି ବର୍ଷାର ପରିମାଣ କମ ରହେ ତେବେ ବାଲିଯାତ୍ରା ପ୍ରସ୍ତୁତି ଠିକ ଭାବେ କରାଯାଇପାରିବ । ଆଉ ଦିନ କେଇଟା ପରେ ଦୁଲୁକିବ କଟକର ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆ ।
