Thursday, August 21, 2025
25.6 C
Odisha

    ଦିନ କେଇଟା ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି: ଦିନ କେଇଟା ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ଏହି ପର୍ବ ପାଳନ ପାଇ ଏବେ ଠାରୁ ପଶ୍ଚିମ ଓଡିଶାର ଘରେ ଘରେ ନୂଆଖାଇର ପାଳନ କରିବା ପାଇଁ କିଏ ଘର ଲିପା ପୋଛା କଲାଣି ତ କିଏ ଘରକରଣା ଜିନିଷ ସଫା ସୁତୁରା କରିବାରେ ଲାଗିପଡିଛି ।
    ନୂଆଖାଇ ପର୍ବ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଆଉ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପର୍ବକୁ ପାଳନ କରିବା ପାଇଁ ଘରେ ଘରେ ପ୍ରସ୍ତୁତି ଚାଲିଛି । ଏହି ପ୍ରସ୍ତୁତି ଦେଖିବାକୁ ମିଳିଛି ବିଶେଷ କରି କଣ୍ଟାବାଞ୍ଜି ଅଞ୍ଚଳର ଗାଁ ଗହଳିରେ । ଘରର ପୁରୁଷମାନେ ନୂଆଖାଇ ପାଳନ ପାଇଁ ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘରର ମହିଳା ଏହି ପ୍ରସ୍ତୁତି ପାଇଁ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ଘରଦ୍ୱାର ଲିପାପୋଛା ଠୁ ଆରମ୍ଭ କରି ଘରର ଲୁଗାପଟା,ପୂଜାରେ ଲାଗୁଥିବା ଜିନିଷ ଏପରିକି ମାଣ ଅଡା କୁଲା ଆଦି କୁ ଧୁଆଧୁଇ କରି ଏହି ଦିନ ପାଇଁ ସଜାଡି କରି ରଖିବାରେ ବ୍ୟସ୍ତ । ବର୍ଷକୁ ଥରେ ଏହି ପର୍ବ ପାଇଁ ନିଜ ପରମ୍ପରା କୁ ବଜାଇ ରଖିବାକୁ କଷ୍ଟ ହେଲେ ମଧ୍ୟ ନୁଆଖାଇ ପାଳନ କରିବାକୁ ପଡିବ ବୋଲି ଲୋକେ କହିଛନ୍ତି ।

    ନୂଆଖାଇ ପଶ୍ଚିମ ଓଡିଶାର ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଏହାକୁ ପାଳନ କରିବାକୁ ପୁରା ପଶ୍ଚିମ ଓଡିଶା ତତ୍ପର ହୋଇ ଉଠିଛି । ଯିଏ ଯେଉଠି ଥାଉ ନା କାହିଁକି ଏହି ନୁଆଖାଇ ପାଇଁ ନିଜ ନିଜ ଘର କୁ ଆସିଥାନ୍ତି ନିଜ ପରିବାର ସହ ନୁଆଖାଇ ଉତ୍ସବ ମନାଇବାକୁ । ନୂଆଖାଇ ଦିନ ଲୋକେ ପ୍ରଥମେ ନୂଆ ଧାନରେ ପ୍ରସ୍ତୁତ ଚୁଡା ଓ ଅନ୍ନ ନିଜ ନିଜ ଇଷ୍ଟଦେବୀଙ୍କ ନିକଟରେ ଭୋଗ ଲଗାଇବା ପରେ ପୁରା ପରିବାର ମିଶି ଏକାଠି ନୁଆ ଖାଇଥାନ୍ତି । ତାପରେ ଆରମ୍ଭ ହୋଇଥାଏ ନୂଆଖାଇ ଭେଟଘାଟ ଉତ୍ସବ ।

    ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    1.2kmh
    100 %
    Thu
    25 °
    Fri
    23 °
    Sat
    26 °
    Sun
    28 °
    Mon
    28 °

    ସମ୍ବନ୍ଧିତ