ସୁବର୍ଣ୍ଣପୁର : ଦିବ୍ୟାଙ୍ଗଙ୍କ ଦୁଃଖ ଦୂର କଲେ ଜିଲ୍ଲାପାଳ । ଘର କାର୍ଯ୍ୟାଦେଶ ପ୍ରଦାନ କଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଜଣେ ଦିବ୍ୟାଙ୍ଗଙ୍କ ଦୁଃଖକୁ ଦୂର କରିଛନ୍ତି । ଗୁହାରି ଶୁଣିବାର ୧୨ଦିନ ପରେ ଅର୍ଥାତ ୧୩ନଂ ଦିନରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ବିବ୍ୟାଙ୍ଗଙ୍କ ପାଖକୁ ଆସି ପ୍ରଧାନମନ୍ତ୍ରୀ ଆବାସ ଘର ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ।
ଗତ ୨୨ସେପ୍ଟେମ୍ବର ଦିନ ଏ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ୱର ଓ ମାଁ ଚରଦେଇ ପୀଠକୁ ଜିଲ୍ଲାପାଳ ଶ୍ରୀ ସାହୁ ଦର୍ଶନ ପାଇଁ ଆସିଥିଲେ । ଠିକ ଏହି ସମୟରେ ମନ୍ଦିର ସାମ୍ନାରେ କଇନ୍ତରା ପଞ୍ଚାୟତ କଟାପାଲି ଗାଁର ଦୃଷ୍ଟିବାଧିତ ଦିବ୍ୟାଙ୍ଗ ସୁଧୀର ଦୀପ ଗୀତ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇ ଭଙ୍ଗା କୁଡିଆ ଘରେ ରହୁଥିବା କହିଥିଲେ । ଫଳରେ ଜିଲ୍ଲାପାଳ ତାଙ୍କୁ କୁଣ୍ଡାଇ ଧରି ପକାଇଥିଲେ । ତତକ୍ଷଣାତ୍ ଉପସ୍ଥିତ ବିଡ଼ିଓଙ୍କୁ ଦିବ୍ୟାଙ୍ଗଙ୍କ ସମସ୍ୟା ଉପରେ ସାବଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସତକୁ ସତ ଆଜି ଜିଲ୍ଲାପାଳ ନିଜେ ବିନିକା ଗସ୍ତରେ ଆସି ଦିବ୍ୟାଙ୍ଗ ସୁଧୀରକୁ ଆବାସ ଘରର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ।
ଜିଲ୍ଲାପାଳ ନିଜେ ବିନିକା ଗସ୍ତରେ ଆସି ଦିବ୍ୟାଙ୍ଗ ସୁଧୀର କୁ ଆବାସ ଘରର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । କାର୍ଯ୍ୟାଦେଶ ପାଇବା ପରେ ଖୁସିରେ ଆତ୍ମହରା ହୋଇ ଦିବ୍ୟାଙ୍ଗ ସୁଧୀର ମୋର ଗୁହାରି ଶୁଣିଲେ ହଜୁର କଲେକ୍ଟର ସାହେବ ବୋଲି ଗୀତ ଗାନ କରି କୋଟି କୋଟି ଜୁହାର ଜଣାଇଥିଲେ ।