Sunday, April 5, 2026
28 C
Odisha

    ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ହାଇକୋର୍ଟ

    ଆଗକୁ ପଢନ୍ତୁ

    ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଦିଲ୍ଲୀପ ରାୟଙ୍କୁ ଆଶ୍ୱସ୍ତି। ଏଥର ନିର୍ବାଚନ ଲଢ଼ିବା ନେଇ ଦିଲ୍ଲୀପଙ୍କ ବାଟ ଫିଟିଲା। କାରଣ ଦିଲ୍ଲୀପ ରାୟଙ୍କ କୋଇଲା ଦୁର୍ନୀତି ମାମଲା ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ରହିତାଦେଶ ନେଇ ଖବର ସରବରାହ PTI ସୂତ୍ରରୁ ସୂଚନା ମିଳିଛି । ତେବେ ଦିଲ୍ଲୀପ ଏଥର ପୁଣିଥରେ ରାଉରକେଲାରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ କୋର୍ଟଙ୍କ ଆଶ୍ୱସ୍ତି ଦିଲ୍ଲୀପଙ୍କ ପାଇଁ ଖୁସି ଖବର ଆଣିଦେଇଛି ।

    ସୂଚନା ଥାଉକି, ୨୦୨୦ ମସିହାରେ ଦିଲ୍ଲୀପଙ୍କୁ କୋଇଲା ଦୁର୍ନୀତି ମାମଲାରେ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ । ଏଥିରେ ଦିଲ୍ଲୀପଙ୍କୁ କୋର୍ଟ ପକ୍ଷରୁ ୩ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । କିନ୍ତୁ ଏହାପରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଦିଲ୍ଲୀପ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ