Sunday, February 22, 2026
25.3 C
Odisha

    ଦିଲ୍ଲୀରୁ-ମେରଟ ମାତ୍ର ୫୫ ମିନିଟରେ, ନମୋ ଭାରତ ରାପିଡ଼ ରେଳକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ସବୁଠୁ ସେମି ହାଇସ୍ପିଡ୍ ଟ୍ରେନ୍ ନମୋ ଭାରତ ରାପିଡ୍ ରେଳର ସମ୍ପୂର୍ଣ୍ଣ କରିଡରକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ବାହାରି ପହଁଚିଯିବ ମେରଟରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୨ କିମି ଦୂରତା ବିଶିଷ୍ଟ ଦିଲ୍ଲୀ-ମେରଟ ରିଜିଓନାଲ ରାପିଡ୍ ଟ୍ରାନଜିଟ୍ ସିଷ୍ଟମର ଉଦଘାଟନ କରିଛନ୍ତି । ଏଥିରେ ଦିଲ୍ଲୀର ସରାୟ କାଲେ ଖାନ ଠୁ ନ୍ୟୁ ଅଶୋକ ନଗର ମଧ୍ୟରେ ୫ କିଲୋମିଟର ବ୍ରିଜ୍ ଏବଂ ମେରଟ୍ ସାଉଥରୁ ମୋଦୀପୁରମର ସେକସନ୍ ରହିଛି । ମୋଦି ଦେଶର ସବୁଠୁ ଫାଷ୍ଟ୍ ମେଟ୍ରୋ ସର୍ଭିସ୍ ଏବଂ ୨୩ କିଲୋମିଟର ବିଶିଷ୍ଟ ମେରଟ ମେଟ୍ରୋକୁ ଲୋକାର୍ପଣ କରାଯାଇଛି । ଉଦଘାଟନ ପରେ ଉଭୟ ରେଳ ସେବା ରବିବାର ସନ୍ଧ୍ୟା ୬ଟାରୁ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ । ଏହି ୧୩ ଷ୍ଟେସନ ହୋଇ ଯିବ ।

    କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ୟୁପି ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜନ୍ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ ସହ ଶତାବ୍ଦୀ ନଗରରୁ ମେରଟ୍ ସାଉଥ୍ ଯାଏଁ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ । ଯାତ୍ରାରେ ସେମାନେ ସାଧାରଣ ଯାତ୍ରୀଙ୍କ ସହ କଥା ହୋଇଥିଲେ । ଏହି ପ୍ରିମିୟମ କୋଚରେ ଆରାମଦାୟକ ସିଟ୍, ମୋବାଇଲ ଚାର୍ଜିଂ ୟୁଏସବି ପୋର୍ଟ, ଅଗ୍ନିନିର୍ବାପକ ଯନ୍ତ୍ର,ଲଗେଜ ରଖିବାର ସ୍ଥାନ, ଟ୍ରେନର ସ୍ପିଡ ଏବଂ ଆଗାମୀ ଷ୍ଟେସନର ସୂଚନା ଦେଉଥିବା ସ୍କ୍ରିନ, ୱେଡିଂ ମେସିନରୁ ରିଫ୍ରେସମେଣ୍ଟ ସୁବିଧା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    25 %
    2.4kmh
    0 %
    Sun
    27 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ