Wednesday, April 1, 2026
38.7 C
Odisha

    ଦିଲ୍ଲୀରେ ଆପ୍‌ ସରକାରଙ୍କ ‘ସଞ୍ଜୀବନୀ’ ଯୋଜନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :ଦିଲ୍ଲୀରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀରେ ରାଜନୈତିକ ମାହୋଲ ବି ସରଗରମ ହେବାରେ ଲାଗିଛି। ତେବେ ଚଳିତଥର ଦିଲ୍ଲୀକୁ କବଜା କରିବା ଲାଗି ଆମ ଆଦମୀ ପାର୍ଟି (ଆପ)ଜୋରଦାର ପ୍ରୟାସ ଚଳାଇଛି। ଆପ୍‌ ପକ୍ଷରୁ ସର୍ବପ୍ରଥମେ ୭୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସବୁବର୍ଗର ଲୋକଙ୍କୁ ଆକର୍ଷିତ କରିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଆପ୍‌ର ଘୋଷଣା ବିଜେପିର ଦିଲ୍ଲୀ ଅଭିଯାନ ଉପରେ ଭାରି ପଡ଼ିଯାଇଛି।ବୁଧବାର ଆପ୍‌ ସରକାର ଦିଲ୍ଲୀରେ ‘ସଞ୍ଜୀବନୀ’ ଯୋଜନାର ଘୋଷଣା କରିଛି। ଏହି ଯୋଜନା କେନ୍ଦ୍ରର ଆୟୁଷ୍ମାନ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଦିଲ୍ଲୀର ଆପ ସରକାର ଥିବାବେଳେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଏଠାରେ ଲାଗୁ ହୋଇନାହିଁ। ବିଜେପି ଅଭିଯୋଗ କରୁଛି ଯେ କେଜ୍ରିଓ୍ବାଲଙ୍କ ପାର୍ଟି ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଦେଉନାହିଁ। ତେଣୁ ବିଜେପିକୁ ଜବାବ ଦେବା ଲାଗି ଆପ୍ ସଞ୍ଜୀବନୀ ଯୋଜନା ଆଣିବାକୁ ଯାଉଛି। ଏହି ଯୋଜନା ବଡ଼ ଗେମ ଚେଞ୍ଜର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।ସଞ୍ଜୀବନୀ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ମାଗଣାରେ ଚିକିତ୍ସା ସେବା ମିଳିବ। ସମସ୍ତ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ଏହି ସେବା ଉପଲବ୍ଧ ହେବ। ହିତାଧିକାରୀଙ୍କ ଲାଗି ଆୟର କୋଣସି ସୀମା ରହିବ ନାହିଁ। ସମସ୍ତ ବର୍ଗର ବୟସ୍କମାନେ ଏହି ସେବାର ଲାଭ ଉଠାଇପାରିବେ। ଅନ୍ୟପଟେ ଆୟୁଷ୍ମାନ ଯୋଜନାରେ ବର୍ଷକୁ କେବଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳୁଛି।ଏହା ପୂର୍ବରୁ ଗତ ୧୨ ତାରିଖରେ କେଜ୍ରିଓ୍ବାଲ ଲାଡଲୀ ଭଉଣୀ ଯୋଜନାରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ପ୍ରତିମାସରେ ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏହା ପୂର୍ବରୁ ୧୦ ତାରିଖରେ କେଜ୍ରିଓ୍ବାଲ ଦିଲ୍ଲୀର ଅଟୋ ଚାଳକଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ