Wednesday, October 14, 2026
23 C
Odisha

    ଏନ୍‌କାଉଣ୍ଟର୍‌ରେ ୫ ଆତଙ୍କବାଦୀ ମୃତ

    ଆଗକୁ ପଢନ୍ତୁ

    ଶ୍ରୀନଗର:ଚଳିତ ବର୍ଷ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ତୀବ୍ର ବୃଦ୍ଧି ପାଇଛି। ଆଜି ସକାଳେ ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହେବା ପରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହିତ ଦୁଇ ସୈନିକ ମଧ୍ୟ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ବୁଧବାର ରାତିରେ ଜିଲ୍ଲାର ବେହବାଗ ଅଞ୍ଚଳରେ କଦେର ଠାରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ତେବେ ଆତଙ୍କବାଦୀମାନେ ଏହି ସମୟରେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଯୁଦ୍ଧ ପରିସ୍ଥିତି ଉପୁଜୁଥିଲା।

    ଏକ୍ସରେ ଏକ ପୋଷ୍ଟ୍‌ କରି ସେନାର ଚିନାର କର୍ପସ୍‌ ପକ୍ଷରୁ କୁହାଯାଇଛି ଯେ ‘‘ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଏକ ଗୁପ୍ତ ତଥ୍ୟକୁ ଆଧାର କରି ଡିସେମ୍ବର ୧୯ ତାରିଖରେ କୁଲଗାମର କଦେର ଠାରେ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୁଲିସ ଦ୍ୱାରା ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେସନ ପରେ ଆତଙ୍କବାଦୀମାନେ ପ୍ରବଳ ମାତ୍ରାରେ ଗୁଳି ଚାଳନା କରିବା ପରେ ଆମ ସୈନିକମାନେ ପ୍ରଭାବଶାଳୀ ଭାବରେ ପ୍ରତିଶୋଧ ନେଇଛନ୍ତି। ଏହାପୂର୍ବରୁ ଜମ୍ମୁ-କଶ୍ମୀରର ଡାଚିଗ୍ରାମ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଲସ୍କର-ଏ-ତାଇବା (ଏଲ୍‌ଇଟି) ସହ ଜଡିତ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ୧୦ଟି ଜିଲ୍ଲା ମଧ୍ୟରୁ ଆଠଟି ଉପରେ ଏହାର ପ୍ରଭାବ ପଡିଛି। ଆତଙ୍କବାଦୀ ଆକ୍ରମଣରେ ୧୮ ଜଣ ସୁରକ୍ଷା କର୍ମୀ, ୧୪ ଜଣ ସାଧାରଣ ନାଗରିକ ଏବଂ ୧୩ ଜଣ ଆତଙ୍କବାଦୀଙ୍କ ସମେତ ୪୪ ଜଣ ପ୍ରାଣ ହରାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ