Sunday, April 5, 2026
25.5 C
Odisha

    ଦିଲ୍ଲୀ ଉପରାଜ୍ୟପାଳଙ୍କ ପତ୍ରକୁ ନେଇ ବଢିଲା ବିବାଦ, ଜବାବ ଦେଲେ ଅତିଶୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଚିଠିକୁ ନେଇ ଦିଲ୍ଲୀରେ ରାଜନୀତି ଜୋର ଧରିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନାଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ କହିବାକୁ ଉପରାଜ୍ୟପାଳ ନିଜ ପତ୍ରରେ ଆପତ୍ତି ଉଠାଇଥିଲେ । ଉପରାଜ୍ୟପାଳଙ୍କ ଏହି ପତ୍ରକୁ ନେଇ ଆପ ଆପତ୍ତି ଉଠାଇଛି । ପ୍ରଥମ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏହି ପତ୍ର ଉପରେ ପ୍ରତିକ୍ରିୟା ରଖିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଆତିଶୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦେଖାଇଥିବା ମାର୍ଗରେ ମୁଁ ସରକାର ଚଳାଉଛି। ଖରାପ ରାଜନୀତି କରିବା ପରିବର୍ତ୍ତେ ଆପଣ (ଏଲଜି) ଦିଲ୍ଲୀର ଉନ୍ନତି ଉପରେ ଧ୍ୟାନ ଦେବା ଉଚିତ। ଅରବିନ୍ଦ କେଜ୍ରିଓ୍ଵାଲ ସାଢ଼େ ୯ ବର୍ଷ ଧରି ଦିଲ୍ଲୀର ଉନ୍ନତି ପାଇଁ କାମ କରିଥିଲେ। ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାରମ୍ବାର ନିର୍ବାଚିତ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ଆତିଶୀ ଆହୁରି ଲେଖିଛନ୍ତି, “ମହିଳା ସମ୍ମାନ ଯୋଜନାରେ ଆପଣ ବାଧା ସୃଷ୍ଟି କରି ଜଣେ ମହିଳା ଭାବରେ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଦେଖାଇଥିବା ମାର୍ଗରେ ମୁଁ ସରକାର ଚଳାଉଛି। ମୁଖ୍ୟମନ୍ତ୍ରୀ ଅତୀଶୀଙ୍କ ପୂର୍ବରୁ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ଏଲଜି ବିନୟ କୁମାର ସକ୍ସେନାଙ୍କ ଚିଠିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଏଲଜି ସାହେବ ନିମ୍ନସ୍ତରୀୟ ରାଜନୀତି କରନ୍ତି, ଯେମିତି ଛୋଟ ପିଲାମାନେ କରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ