Saturday, March 14, 2026
35.3 C
Odisha

    ଦିଲ୍ଲୀ ନିର୍ବାଚନ : ୧୩୨ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନୀ ବିଗୁଲ୍ ବାଜିଛି ଓ ରାଜନୈତିକ ଦଳଙ୍କ ପ୍ରଚାର ଚରମରେ ପହଞ୍ଚିଛି । ଏସବୁ ଭିତରେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ଦିଲ୍ଲୀ ଇଲେକ୍ସନ ୱାଚ୍ ର ଏକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ନିର୍ବାଚନରେ ୬୯୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୨ ଜଣ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି।

    ପ୍ରମୁଖ ଦଳମାନଙ୍କ ମଧ୍ୟରେ ଆପ୍ ର ୭୦ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ (୬୩%), କଂଗ୍ରେସର ୭୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ (୪୧%) ଏବଂ ବିଜେପିର ୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ (୨୯%) ସେମାନଙ୍କ ସତ୍ୟପାଠରେ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଏହି ସଂଖ୍ୟାରେ କେବଳ ଗୋଟିଏ ଦଳ ନୁହେଁ, ସବୁ ଦଳର ପ୍ରାର୍ଥୀ ରହିଛନ୍ତି।

    ରିପୋର୍ଟ ଅନୁଯାୟୀ, ମୋଟ ୧୩ ଜଣ ପ୍ରାର୍ଥୀଙ୍କ ବିରୋଧରେ ମହିଳାଙ୍କ ବିରୋଧରେ ଅପରାଧ ସଂକ୍ରାନ୍ତ ମାମଲା ରହିଛି। ଦୁଇ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା (ଆଇପିସି ଧାରା ୩୦୨) ରହିଛି। ୫ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ଉଦ୍ୟମ (ଆଇପିସି ଧାରା ୩୦୭) ସହ ଜଡ଼ିତ ମାମଲା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    10 %
    0.5kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ