Friday, November 28, 2025
18.4 C
Odisha

    ଦିଲ୍ଲୀ-ବାରଣାସୀ ସ୍ଲିପର ବସରେ ଭୟଙ୍କର ନିଆଁ, ଭୟରେ ଡେଇଁଲେ ଯାତ୍ରୀ

    ଆଗକୁ ପଢନ୍ତୁ

    କାନପୁର : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ ଲାଗିବା ଯୋଗୁଁ ବସକୁ ରାସ୍ତାକଡ଼ରେ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା ।

    ଖବର ମୁତାବକ, ଉତ୍ତରପ୍ରଦେଶ କାନପୁରରୁ ଦିଲ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସ ଉପରେ ଥିବା ଜିନିଷରେ ପ୍ରଥମେ ନିଆଁ ଲାଗିଯାଥିଲା । ଆଉ କିଛି ଯାତ୍ରୀ ବସରେ ନିଆଁ ଲାଗିବା ପରେ ଝରକା ଦେଇ ବାହାହରକୁ ଡେଇଁପଡିଥିଲେ । ରମାଦେବୀ ଛକ ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସକର୍ମୀ ଜଳନ୍ତା ବସକୁ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସକର୍ମୀ ଚଳନ୍ତା ବସରୁ ଯାତ୍ରୀକୁ ସୁରକ୍ଷିତ ସ୍ଥାନକୁ ବାହାର କରିଥିଲେ । ସ୍ଥାନୀୟ ଲୋକ ମଧ୍ୟ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ୬ ଗାଡ଼ି ଅଘଟଣ ସ୍ଥାନରେ ପହଞ୍ଚିଥିଲା ବୋଲି ସିଏଫଓ ଦୀପକ ଶର୍ମା କହିଛନ୍ତି । ଅଘଟଣ ପରେ ଜାତୀୟ ରାଜପଥ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା । ୨ ଘଣ୍ଟା ଯାଏଁ ଟ୍ରାଫିକ ବନ୍ଦ ରହିବା ପରେ ଗମନାଗମନ ସଠିକ ହୋଇଥିଲା । ତେବେ ବସରେ ନିଆଁ ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.4 ° C
    18.4 °
    18.4 °
    61 %
    1.2kmh
    8 %
    Fri
    18 °
    Sat
    26 °
    Sun
    27 °
    Mon
    24 °
    Tue
    27 °

    ସମ୍ବନ୍ଧିତ