ବିବେକ ବିହାରରେ ଏକ୍ୟୁଆଇ ୪୯୬ ରେକର୍ଡ କରାଯାଇଥିବାବେଳେ ଜାହାଙ୍ଗୀରପୁରୀରେ ୪୯୪, ଅଶୋକ ବିହାରରେ ୪୯୩, ଆନନ୍ଦ ବିହାରରେ ୪୯୨, ବାୱାନାରେ ୪୮୯, ଦିଲସାଦ ଗାର୍ଡେନରେ ୪୮୫, ମୁଣ୍ଡ୍କାରେ ୪୮୪, ନେହେରୁ ନଗର ଓ ଦିଲ୍ଲୀ ବିଶ୍ବବିଦ୍ୟାଳୟ ନର୍ଥ କ୍ୟାମ୍ପସରେ ପ୍ରତ୍ୟେକ ୪୮୦, ଓଖ୍ଲା ଫେଜ୍-୨ରେ ୪୭୮ ଏବଂ କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ୪୭୫ ରେକର୍ଡ କରାଯାଇଛି। ଦିଲ୍ଲୀରେ ଗ୍ରାପ୍-୪ କଟକଣା ଲାଗୁ କରାଯାଇଥିବାବେଳେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ହାଇବ୍ରିଡ୍ ମୋଡ୍ରେ ଶିକ୍ଷାଦାନ କରିବାକୁ ନିର୍ଦେଶ ଦିଆଯାଇଛି। ସହରରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଡିଜେଲ ଚାଳିତ ପୁରୁଣା ଯାନବାହନର ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ପଚାଶ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଓ ଘରୋଇ କମ୍ପାନୀଗୁଡିକ କାର୍ଯ୍ୟ କରିବେ। ସହରର ପ୍ରମୁଖ ରାସ୍ତାଗୁଡିକରେ ଦୈନିକ ଜଳ ସିଞ୍ଚନ କରାଯାଉଛି। ସକାଳେ ଓ ସନ୍ଧ୍ୟାରେ ବୟସ୍କ ଓ ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଶ୍ବାସ (ଆଜ୍ମା) ରୋଗୀଙ୍କୁ ଅତିମାତ୍ରାରେ ସତର୍କ ରହିବାକୁ କୁହାଯାଇଛି।

