Saturday, November 8, 2025
18.8 C
Odisha

    ଦୀପାବଳିରେ ୨୬ ଲକ୍ଷରୁ ଅଧିକ ଦୀପ ଜଳାଇ ରେକର୍ଡ କରିବ ଅଯୋଧ୍ୟା

    ଆଗକୁ ପଢନ୍ତୁ

    ଅଯୋଧ୍ୟା : ୨୬ ଲକ୍ଷ ଦୀପ ଜଳାଇ ପୁଣି ରେକର୍ଡ କରିବ ଅଯୋଧ୍ୟା । ଗିନିଜ ୱାର୍ଲଡ ରେକର୍ଡ ପାଇଁ ଅଯୋଧ୍ୟାରେ ଚାଲିଛି ପୁରା ପ୍ରସ୍ତୁତି । ଆଜି ଠାରୁ ରାମଙ୍କ ନଗରୀରେ ଦୀପୋତ୍ସବ ପାଳନ କରାଯିବ । ପ୍ରଭୁ ଶ୍ରୀରାମଙ୍କ ସହ ମାତା ସୀତା ଅଯୋଧ୍ୟାକୁ ଫେରିବା ପରେ ଯେପରି ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । ସେହିପରି ଏଠାରେ ପ୍ରତ୍ୟେକ ଲୋକ ଘରେ ଘରେ ଦୀପ ଜାଳି ଦୀପାବଳି ପାଳନ କରିବେ । ତେବେ ଚଳିତ ଥର ୨୬ ଲକ୍ଷ ରୁ ଅଧିକ ଦୀପଜାଳି ପୁଣି ଗିନିଜ ରେକର୍ଡ ହାସଲ କରିବା ପାଇଁ ଯୋଜନା କରାଯାଉଛି ।

    ପ୍ରାୟ ୨୬ ଲକ୍ଷ ୧୧ ହଜାର ୧୦୧ ଟି ଦୀପ ଲଗାଯିବ । ୫୬ଟି ଘାଟ ସମେତ ଅଯୋଧ୍ୟାର କିଛି ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ଏହି ସବୁ ଦୀପଗୁଡିକ ଲଗାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ଭବିଷ୍ୟତରେ ଅଯୋଧ୍ୟାକୁ ବିଶ୍ୱ ସ୍ତରରେ ପରିଚିତ କରାଇବା ସହ ଟୁରିଜିମ ପାଇଁ ବାଟ ଖୋଲିବ ବୋଲି କୁହାଯାଉଛି । ଯଦି ଗତବର୍ଷ କଥା ଦେଖିବା ୨୦୨୪ରେ ୧୦ ହଜାର ପିଲାଙ୍କ ଦ୍ୱାରା ୨୬ ଲକ୍ଷ ଦୀପ ଲଗାଯାଇଥିଲା । ମାତ୍ର ଚଳିତ ଥର ଏହାର ମାତ୍ରା ସାମାନ୍ୟ ଅଧିକ ରହିବ ବୋଲି, ଯାହାକି ଗତବର୍ଷର ରେକର୍ଡକୁ ପଛରେ ପକାଇବ । ଏଥିରେ ଦୀପ ଜାଳିବା ପାଇଁ ଚୟନ ହୋଇଥିବା ପ୍ରତିଟି ପିଲାଙ୍କୁ ଟ୍ରାକ କରିବା ପାଇଁ ଛଜ କୋଡ୍ ସ୍କାନିଂବ୍ୟବସ୍ଥା ରଖାଯାଇଛି । ତେବେ ଏହି ସମୟର ଦୃଶ୍ୟ ଆକାଶରୁ ମନମୋହିବ ବୋଲି କୁହାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.8 ° C
    18.8 °
    18.8 °
    73 %
    1.7kmh
    0 %
    Sat
    19 °
    Sun
    25 °
    Mon
    25 °
    Tue
    25 °
    Wed
    25 °

    ସମ୍ବନ୍ଧିତ