Saturday, March 14, 2026
22 C
Odisha

    ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ରାଜ୍ୟର ଭାଇ-ଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି। ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ ବୋଲି କହିଛନ୍ତି।ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜ୍ଞାନର ଆଲୋକ ମଣିଷକୁ ଅଜ୍ଞାନର ଅନ୍ଧକାରରୁ ଉଦ୍ଧାର କରିଥାଏ। ନୂଆ ଆଶା, ନୂଆ ସ୍ବପ୍ନ ଓ ନୂଆ ଲକ୍ଷ୍ୟ ସହିତ ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତକୁ ସ୍ବାଗତ କରିବା ପାଇଁ ଦୀପାବଳି ଉତ୍ସବ ଆମକୁ ପ୍ରେରଣା ଦେଇଥାଏ। ଅସତ୍ୟ ଓ ଅନ୍ୟାୟର ଅନ୍ଧାରକୁ ଭେଦି ସତ୍ୟ ଓ ନ୍ୟାୟର ଆଲୁଅ ଜୀବନରେ ପରିପ୍ରକାଶ କରିଥାଏ। ଏହା ଆଶା, ବିଶ୍ବାସ ଓ ଦୃଢ଼ ପ୍ରତିବଦ୍ଧତାର ପର୍ବ। ପ୍ରକୃତି ଓ ପରିବେଶକୁ ସମ୍ମାନ ଜଣାଇ ଚଳିତ ବର୍ଷ ଏକ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବା। ଅହଂକାର ଓ ଦାନବୀୟ ପ୍ରକୃତିର ଅମାଅନ୍ଧକାର ଭିତରୁ ଦୟା, କ୍ଷମା, ପ୍ରେମ ଓ ମାନବିକତାକୁ ଆଲୁଅ ଦେଖାଇବା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    43 %
    1.5kmh
    0 %
    Sat
    38 °
    Sun
    38 °
    Mon
    39 °
    Tue
    38 °
    Wed
    36 °

    ସମ୍ବନ୍ଧିତ