Friday, June 19, 2026
25 C
Odisha

    ଦୀର୍ଘକାଳୀନ ଅନୁପସ୍ଥିତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୧୨୮ ଜଣ ଡାକ୍ତରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଦୀର୍ଘଦିନ ଧରି ଡାକ୍ତରଖାନା ନଆସି, ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ଇସ୍ତାହାର ମଧ୍ୟ ଦିଆଯାଇଥିଲା । ସେମାନଙ୍କର ଏହି ଅନଧିକୃତ ଉପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

    ସେହିପରି କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ସେବାରୁ ବହିଷ୍କୃତ କରିଛନ୍ତି । ଡାକ୍ତର ପାଣିଗ୍ରାହୀ ୨୦୧୨ ପରଠାରୁ ଅନଧିକୃତ ଭାବେ ଅନୁପସ୍ଥିତ ରହିଛନ୍ତି । ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ଅନୁପସ୍ଥିତିର କାରଣ ଦର୍ଶାଇବା ଏବଂ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ, ସେ ତାହାର ଅନୁପାଳନ କରିନଥିଲେ । ରୋଗୀ ସେବାରେ ତାଙ୍କର ଏହି ଅନାଗ୍ରହ ଯୋଗୁ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।

    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ ନୂଆ ନୂଆ ଡାକ୍ତରଖାନା ଖୋଲୁଛନ୍ତି । ଡାକ୍ତରଖାନାଗୁଡିକର ଆଧୁନିକୀକରଣ କରାଯାଉଛି ଏବଂ ସ୍ବାସ୍ଥ୍ୟ ଶିକ୍ଷା ପାଇଁ ନୂଆ ନୂଆ ମେଡିକାଲ କଲେଜ ମଧ୍ୟ ଖୋଲାଯାଉଛି । ତଥାପି ନିଯୁକ୍ତି ପାଇବା ପରେ ଅନେକ ଡାକ୍ତର କାର୍ଯ୍ୟରେ ଯୋଗନଦେଇ ଅନୁପସ୍ଥିତ ରହୁଛନ୍ତି । ଏହାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    81 %
    0.6kmh
    100 %
    Thu
    25 °
    Fri
    39 °
    Sat
    38 °
    Sun
    38 °
    Mon
    36 °

    ସମ୍ବନ୍ଧିତ