Tuesday, September 8, 2026
29.8 C
Odisha

    ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ମନ୍ତ୍ରୀ ସୁରକ୍ଷିତ

    ଆଗକୁ ପଢନ୍ତୁ

    ବାଂଶପାଳ : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା l ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମ୍ବଲପୁର ରୁ ମୟୁରଭଞ୍ଜ ଯାଉଥିବା ବେଳେ ଜଗମୋହନପୁର ଛକରେ ହମ୍ପସ ଥିବା ସ୍ଥାନରେ ଆଗରେ ଯାଉଥିବା ପାଇଲଟିଙ୍ଗ ଗାଡି ହଠାତ ବ୍ରେକ ମାରିବାରୁ ପଛରେ ଥିବା ମନ୍ତ୍ରୀଙ୍କ ଗାଡି ଯାଇ ଧକ୍କା ହୋଇଥିଲା l ମନ୍ତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସୌଭାଗ୍ୟ ବଶତଃ ଗାଡିର ସୁରକ୍ଷା ବେଲୁନ ବାହାରି ଯିବାରୁ ମନ୍ତ୍ରୀ ସୁରକ୍ଷିତ ରହିଯାଇଥିଲେ l ଦୁର୍ଘଟଣା ପରେ ଅନ୍ୟ ଏକ ଗାଡ଼ିରେ ମୟୂରଭଞ୍ଜ ଯାଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ