କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ସୁଙ୍କି-ଅମ୍ପାବାଲି ରାସ୍ତାର ପେଟୁରୁ ଝକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ୪ ଜଣଙ୍କୁ କେରାପୁଟ୍ ବଡ଼ ମେଡିକାଲ୍ ସ୍ତାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସାଲୁର ମଣ୍ଡଳ ଅଧୀନସ୍ଥ ବାରିଗାଁ ଗ୍ରାମର ସେଡା ଆପାନା, ପତ୍ନୀ ସେଡା ଅନୀତା, ୫ ବର୍ଷର ଝିଅ ଓ ୨ ବର୍ଷର ପୁଅ ସହିତ ବାଇକ୍ ଯୋଗେ ଅମ୍ପାବାଲି ପଞ୍ଚାୟତ ଗୁମୁଡୁପାଡୁ ଗାଁକୁ ଯାଉଥିଲେ । ତେବେ ସଂଧ୍ୟା ପ୍ରାୟ ୬ଟାରେ ପେଟୁରୁ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହେବାରୁ ଘଟାଣାସ୍ଥଳରେ ହିଁ ସେଡା ଅନୀତାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଅନ୍ୟ ବାଇକରେ ଥିବା ଆନ୍ଧ୍ରପ୍ରଦେଶର ଚିନ୍ତା ଏକୁବୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ସେଡା ଆପନା, ତାଙ୍କ ପୁଅ ଓ ଝିଅଙ୍କ ସହିତ ଅନ୍ୟ ବାଇକରେ ଥିବା ସଙ୍କେଲି କୃପା, ମଷୁରୀ ସିନାୟା ଗୁରୁତର ଥିବାରୁ କୋରାପୁଟ୍ ବଡ଼ ମେଡିକାଲ ସ୍ତାନାନ୍ତର କରାଯାଉଥିଲା । କିନ୍ତୁ ରାସ୍ତାରେ ସେଡା ଆପନାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ସୁଙ୍କି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

