Sunday, March 29, 2026
39.1 C
Odisha

    ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

    ଆଗକୁ ପଢନ୍ତୁ

    ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତାରେ ନଳବାଙ୍କ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ସାବରପୁର ଅଂଚଳର ସେକ ମନସୁର ଅଲ୍ଲୀ(37), ଅନ୍ୟ ଜଣେ ବାଲିନଗର ଗ୍ରାମର ଶତ୍ରୁଘନ ମହାକୁଡ଼ଙ୍କ ସାନପୁଅ ସୁଶାନ୍ତ ମହାକୁଡ଼ ( 38) ବୋଲି ଜଣାପଡିଛି । ଆହତଙ୍କ ନାମ ସେକ ମଞ୍ଜୁର ଅଲ୍ଲୀ(40) ।

    ଜଣେ ବାଇକ ଯୋଗେ ଧାମରା ଅଂଚଳରୁ ଆସୁଥିବା ବେଳେ ଅନ୍ୟଜଣେ ବାସୁଦେବପୁର ଅଂଚଳରୁ ଯାଉଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଡାକ୍ତରଖାନା ପଠାଇଥିଲେ । ହେଲେ ଏଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଡାକ୍ତର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ