Saturday, September 21, 2024
24.6 C
Odisha

    ଦୂର ହେବ ଭିଟାମିନ ‘ବି’ ର ଅଭାବ

    ଆଗକୁ ପଢନ୍ତୁ

    ଶରୀରକୁ ସୁସ୍ଥ ଏବଂ ସତେଜ ରଖିବା ପାଇଁ ଅନେକ ଭିଟାମିନର ଆବଶ୍ୟକତା ରହିିଛି । କୌଣସି ବି ଭିଟାମିନ କମ ହେଲେ ଶରୀର ଅସୁସ୍ଥ ହୋଇପଡେ । ସେମିତି ଏକ ଭିଟାମିନ ହେଉଛି ‘ଭିଟାମିନ- ବି’ । ଯାହା ଶରୀର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ଆପଣଙ୍କ ବି ‘ଭିଟାମିନ ବି’ ର କମି ରହିଛି କିମ୍ବା ଡାକ୍ତର ଆପଣଙ୍କୁ ‘ଭିଟାମିନ ବି’ ସହିତ ଜଡିତ ଥିବା ଖାଦ୍ୟ ଖାଇବାକୁ କହିଛନ୍ତି, ତେବେ ଆସନ୍ତୁ ଜାଣିବା –

    ଯେଉଁମାନେ ଶାକାହାରୀ ଅଟନ୍ତି ସେମାନେ ନିଜର ଦୈନନ୍ଦିନ ଜୀବନରେ କ୍ଷୀର ଅଧିକ ମାତ୍ରାରେ ପିଅନ୍ତୁ । ପ୍ରତ୍ୟେହ ଆପଣ ଗୋଟିଏ ଗ୍ଲାସ କ୍ଷୀର ସେବନ କରନ୍ତୁ । ଫଳରେ ଶୀଘ୍ର ‘ଭିଟାମିନ ବି’ ଆପଣଙ୍କ ଶରୀରକୁ ମିଳିବ ଓ ଆପଣଙ୍କ ଶରୀର ସୁସ୍ଥ ରହିବ । ତାହାସହ ଆପଣ ସୁସ୍ଥ ଓ ନୀରୋଗ ରହିବେ । ନନଭେଜ ଖାଉଥିବା ଲୋକ ପ୍ରାୟ ମାଂସ, ମାଛ ତଥା ଅଣ୍ଡା ଭଳି ଖାଇବା ଖାଉଥିବାରୁ ସେମାନଙ୍କୁ ‘ଭିଟାମିନ ବି’ ସହଜରେ ମିଳିଯାଏ । ମାତ୍ର ଭେଜିଟେରିୟନଙ୍କ ପାଇଁ ତାହା ନ ମିଳୁଥିବାରୁ କ୍ଷୀର ତାହାର ଏକ ସୁନ୍ଦର ବିକଳ୍ପ ଅଟେ।

    ଖାଦ୍ୟରେ ବ୍ରାଉନ ରାଇସ, ଜୌ, ମକ୍କା, ଟ୍ରିଟିକେଲ, ବାଜରା, ଜ୍ୱାର ଭଳି ଜିନିଷକୁ ସାମିଲ କରନ୍ତୁ । ଏହିସବୁ ଜିନିଷରୁ ଜଣେ ଖିଚଡି ବନାଇ ମଧ୍ୟ ଖାଇପାରିବ । ଏହା ସ୍ୱାଦିଷ୍ଟ ହେବା ସାଙ୍ଗକୁ ‘ଭିଟାମିନ ବି’ ର ଅଭାବକୁ ମଧ୍ୟ ପୂରଣ କରେ । ଏହା ଶରୀରରେ ଊର୍ଜା ଭରିଥାଏ ।ଏତତବ୍ୟତୀତ ଜଣେ ଯେତେ ସମ୍ଭବ ତାଜା ପନିପରବା ଖାଇବା ଉଚିତ । ତାହାସହ କାଜୁ, ବାଦାମ ଭଳି ଡ୍ରାଇ ଫ୍ରୁଟସକୁ ନିଜ ଡାଇଟରେ ସାମିଲ କରନ୍ତୁ । ଫଳରେ ‘ଭିଟାମିନ ବି’ ଆପଣଙ୍କୁ ଭରପୂର ମାତ୍ରାରେ ମିଳିବ । ଏହାବାଦ ‘ଭିଟାମିନ ବି’ କାରଣରୁ ଯଦି ଆପଣଙ୍କୁ ବେଶୀ ଅସୁବିଧା ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    87 %
    0.9kmh
    85 %
    Fri
    25 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ