Wednesday, June 11, 2025
24.9 C
Odisha

    ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ, ଜାଣନ୍ତୁ କେତେବେଳେ କେଉଁ ନୀତି

    ଆଗକୁ ପଢନ୍ତୁ

    ପୁରୀ : ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରି ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପନ୍ନ ହୋଇଛି । ସ୍ନାନବେଦୀକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହ ବାହୁକଣ୍ଟ ଓ ତାରମାଳ ବନ୍ଧା ନୀତି ସମ୍ପନ୍ନ ହୋଇଛି । ଆଜି ମହାପ୍ରଭୁଙ୍କ ସେନାପଟା ନୀତି । ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଆଜି ଦିନ ୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

    ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେଉଁ ସମୟରେ ଠାକୁରଙ୍କ କ’ଣ ସବୁ ନୀତି ଅନୁଷ୍ଠିତ ହେବ ।

    ଦେବସ୍ନାନ ପୂର୍ଣ୍ଣିମା: କେତେବେଳେ କ’ଣ

    ୧- ମଙ୍ଗଳାର୍ପଣ ପ୍ରାତଃ- ୪ଟା ୩୦
    ୨- ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ- ୫ ଟା ରୁ ୭ଟା
    ୩- ମଙ୍ଗଳଆଳତି- ସକାଳ ୯ ଟା
    ୪- ମଇଲମ- ୯ଟା ୧୫
    ୫- ତଡପ ଲାଗି- ୯ଟା ୨୫
    ୬- ଅଧର ପୋଛା – ୯ଟା ୪୫
    ୭- ଅବକାଶ- ୧୦ଟା ୨୦
    ୮- ରୋଷହୋମ – ୧୦ଟା ୨୦
    ୯- ସୂର୍ଯ୍ୟ ପୂଜା – ୧୦ଟା ୩୦
    ୧୦- ଦ୍ଵାରପାଳ ପୂଜା – ୧୦ଟା ୫୫
    ୧୧- ବେଶ ଶେଷ- ୧୧ଟା ୧୦
    ୧୨- ଜଳ ବିଜେ, ପୂଜା, ସ୍ନାନ – ଦିବା ୧୨ଟା ୨୦ ରୁ ୧ଟା ୪୫
    ୧୩- ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ – ୨ଟା ୫୦
    ୧୪- ଛେରା ପହଁରା – ୩ଟା ୩୦
    ୧୫- ହାତୀ ବେଶ – ୪ଟା ୩୦
    ୧୬- ମହନ୍ତଶାଢ଼ୀବନ୍ଧା- ୪ଟା ୩୦
    ୧୭- ଘଣ୍ଟଛତା ସକାଳ ଧୂପ – ୫ଟା ୪୫ ରୁ ୭ଟା ୨୦
    ୧୮- ଦକ୍ଷିଣିଘର ଭୋଗ- ସନ୍ଧ୍ୟା ୬ଟା ୩୦
    ୧୯- ସାହାଣମେଲା – ୭ଟା ୩୦ ରୁ ୧୦ ଟା ୩୦
    ୨୦- ହାତୀବେଶ ମଇଲମ- ରାତ୍ର ୧୧ଟା
    ୨୧- ପୁଷ୍ପାଞ୍ଜଳୀ ଓ ଡୋରଲାଗି- ୧୧ଟା ୧୦
    ୨୨- ବାହୁଡା ପହଣ୍ଡି – ୧୧ଟା ୩୦ ରୁ ୨ ଟା
    ୨୩- ସୁନା ଚିତା ଓ ରାହୁ ରେଖା ମଇଲମ – ୨ଟା ୩୦

    ଏହା ପରେ ଅତ୍ୟଧିକ ସ୍ନାନ କରିବା ପରେ ଅଣସର ଘରେ ମହାପ୍ରଭୁ ଜ୍ୱରରେ ପଡିବା ସହ ଦଇତାପତି ସେବାୟତଙ୍କ ଦ୍ବାରା ଆରମ୍ଭ ହେବ ଗୁପ୍ତଚିକିତ୍ସା ନୀତି । ତେବେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାର ସମସ୍ତ ନୀତି କାନ୍ତି କିଭଳି ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ହୋଇ ପାରିବ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ବ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    83 %
    1.9kmh
    99 %
    Wed
    35 °
    Thu
    38 °
    Fri
    37 °
    Sat
    38 °
    Sun
    37 °

    ସମ୍ବନ୍ଧିତ