Thursday, March 26, 2026
24.8 C
Odisha

    ଦେବ ନାୟାରଣ ପଣ୍ଡା ମୃତ୍ୟୁ ମାମଲା: ବନ୍ଧା ହେବେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ !

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଡୁଆ ପୁଣି  ବଢିଲା। ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଏସଡିଜେଏମ କୋର୍ଟ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଵାଲ ସମେତ ଅନ୍ୟ ୩ ସହଯୋଗୀ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।ଅନ୍ୟ ୩ ଜଣ ସହଯୋଗୀ ହେଲେ ଭଗବାନ ପାଣିଗ୍ରାହୀ,ଭି.ବେଣୁ ଏବଂ ପ୍ରକାଶ ଚନ୍ଦ୍ର ସ୍ବାଇଁ। ଏହି ଘଟଣାରେ ବାରମ୍ବାର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଉଥିଲେ ମଧ୍ୟ କୋର୍ଟରେ ହାଜର ନହୋଇ ଏହି ଚାରି ଜଣ ତାରିଖ ପରେ ତାରିଖ ଗଡାଇ ଚାଲିଥିଲେ। କୋର୍ଟରେ ହାଜର ନହୋଇ ନିଜର ବିଭିନ୍ନ କାରଣ ଦର୍ଶାଉଥିଲେ।

    ମନୀଷ ଅଗ୍ରୱାଲ ନିଜର ଓକିଲ କୋର୍ଟରେ ହାଜର ହେବେ ବୋଲି ୟେଉଁ ନିବେଦନ କରିଥିଲେ ,ତାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିବା ଜଣାପଡିଛି। ଏମାନେ କୋର୍ଟରେ ହାଜର ହେବେ ନଚେତ୍ ଗିରଫ ହେବେ ବୋଲି କୁହାଯାଇଛି।

    ପ୍ରକାଶ ଥାଉକି ୨୦୧୯ ଡିସେମ୍ବର ୨୭ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ମନୀଷଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଥିଲେ। ଏନେଇ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଥାନାରେ ଏତଲା ଦାଏର କରିଥିଲେ। କିନ୍ତୁ ତାପରଦିନ ଅର୍ଥାତ ଡିସେମ୍ବର ୨୮ ତାରିଖରେ ଦେବ ନାରାୟଣ ପଣ୍ଡାଙ୍କ ମୃତ ଦେହକୁ ସ୍ଥାନୀୟ ସତୀଗୁଡା ଡ୍ୟାମରୁ ଉଦ୍ଧାର କରାଯାଇଥିଲା।

    ତେବେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା କରାଯାଇଥିବା ନେଇ ପତ୍ନୀ ବନଜା ପଣ୍ଡା ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସମେତ ପ୍ରକାଶ ଚନ୍ଦ୍ର ନାୟକ,ଭି.ବେଣୁ ଏବଂ ଭଗବାନ ପାଣିଗ୍ରାହୀ ନାମରେ ଏତଲା ଦାଏର କରିଥିଲେ। ପୁଲିସ କିନ୍ତୁ ସବୁ ତନାଘନା କରି ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲା।

    କିନ୍ତୁ ପତ୍ନୀ ବନଜା ଏହାକୁ ନେଇ ଲଢେଇ ଆରମ୍ଭ କରିଥିଲେ। ଘଟଣାକୁ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପତ୍ନୀ ବନଜା ହାର ମାନି ନାହାନ୍ତି। ଜିଲ୍ଲା କୋର୍ଟରୁ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଲଡେଇ ଜାରି ରଖିଛନ୍ତି। ବନଜାଙ୍କ କହିବା ଅନୁଯାୟୀ ଏମାନେ ଦୋଷୀ ହୋଇନଥିଲେ କାହିଁକି କୋର୍ଟରେ ହାଜର ହେଉନାହାନ୍ତି।

    କୋର୍ଟରେ ଟ୍ରାଏଲ ହେଲେ ଏମାନେ ଦୋଷୀ ସାବ୍ୟସ୍ତ ହେବେ ବୋଲି ଜାଣିଥିବା ସେ କହନ୍ତି। ଏବେ କୋର୍ଟ ଏମାନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିବା ପରେ ଏମାନେ କିପରି କୋର୍ଟରେ ହାଜର ନହେବେ ଦେଖିବା ବୋଲି କହିଛନ୍ତି। ତେବେ ପୁଲିସ ଏନେଇ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    67 %
    1.7kmh
    75 %
    Wed
    25 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ