Tuesday, September 29, 2026
23.2 C
Odisha

    ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିସନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଫେବ୍ରୁଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିସନ । ଗସ୍ତ ସମୟରେ କମିସନଙ୍କ ଆଗରେ ରାଜ୍ୟ ସରକାର ଆଗାମୀ ୫ବର୍ଷ ଲାଗି କ’ଣ ଦାବି ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି ।ସୂଚନା ଅନୁସାରେ ଷୋଡ଼ଶ ଅର୍ଥ କମିସନଙ୍କ ସମ୍ମୁଖରେ  ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରାଜ୍ୟ ସରକାର ଉପସ୍ଥାପନ କରିବେ। ଏହି ଦାବିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି । ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦାବି କରାଯିବା ନେଇ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି।

    ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ପାଇଁ ଦାବି ହୋଇ ଆସୁଥିଲା। ମାତ୍ର କେନ୍ଦ୍ର ସରକାର ଦାବିକୁ ଅଣଦେଖା କରିଆସୁଥିଲେ। ଚଳିତ ଥରର ଷୋଡଶ ଅର୍ଥ କମିସନରୁ ଓଡ଼ିଶା ସରକାର ଅଧିକ ଆଶା ରଖିଛନ୍ତି ।ଗ୍ରାମାଞ୍ଚଳକୁ ଉନ୍ନତ କରିବା ପାଇଁ ସମସ୍ତ ଅଞ୍ଚଳରେ ନେଟୱର୍କ ସଂଯୋଗ ପରି କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିପାରନ୍ତି ସରକାର। ଅପରପକ୍ଷରେ ରାଜ୍ୟ ଅର୍ଥ କମିସନ ଗଠନରେ ବିଳମ୍ବ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ଦାବି ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

    ୨୦୨୧-୨୬ ବର୍ଷ ଲାଗି ତତ୍କାଳୀନ ରାଜ୍ୟ ସରକାର ଅର୍ଥ କମିସନ ଆଗରେ ୮ ଲକ୍ଷ ୨୪ ହଜାର କୋଟି ଟଙ୍କାର ଦାବି ରଖିଥିବାବେଳେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କାର ଅନୁଦାନ ମିଳିଥିଲା । ଏପରିସ୍ଥଳେ ଅର୍ଥ କମିସନଙ୍କ ଗୁରୁତ୍ୱ କ’ଣ ବୋଲି ବିରୋଧି ପ୍ରଶ୍ନ କରିଛନ୍ତି।

    ଅର୍ଥ କମିସନ କେନ୍ଦ୍ର-ରାଜ୍ୟ ମଧ୍ୟରେ ଭାଗବଣ୍ଟା ଅନୁପାତ ସ୍ଥିର କରିଥାନ୍ତି। ରାଜ୍ୟକୁ କେତେ ଗ୍ରାଣ୍ଟ ଇନ୍‌ ଏଡ୍‌ ମିଳିବ ନିଷ୍ପତ୍ତି ନେଇଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ ରାଜ୍ୟକୁ ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ଅନୁଦାନ ଦେବା ନେଇ ସୁପାରିଶ୍ କହିଥାନ୍ତି। ରାଜ୍ୟର ଦାବି ଅନୁଧ୍ୟାନ କରି ଅନୁଦାନ ପ୍ରଦାନ କରିବାରେ ଅର୍ଥ କମିସନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ