Saturday, April 19, 2025
26.5 C
Odisha

    ଦେଶରେ ବଢ଼ିଚାଲିଛି ଏଚ୍‌ଏମ୍‌ପିଭି

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଏଚଏମପିଭି । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ ବର୍ତ୍ତମାନ ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଁଚିଛି। ଶୁକ୍ରବାର ମହାରାଷ୍ଟ୍ର ନାଗପୁରରେ ଦୁଇ ଶିଶୁଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏବେ ସୁଦ୍ଧା ମହରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।

    ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଦେଶରେ ଏବେ ସୁଦ୍ଧା ଖୁବ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ଶିଶୁ ବା ନାବାଳକ ବୋଲି ଜଣାପଡିଛି । ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପୂଣ୍ୟ ସଲିଳ ଶ୍ରୀବାସ୍ତବ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ ମାନଙ୍କ ସହ ଏକ ବୈଠକରେ ଏହି ଭାଇରସର ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଯଦିଓ ପରିସ୍ଥିତି ଉଦବେଗଜନକ ନୁହେଁ, କିନ୍ତୁ ସତର୍କା ଅବଲମ୍ବନ ଜରୁରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    64 %
    1.7kmh
    6 %
    Sat
    42 °
    Sun
    43 °
    Mon
    43 °
    Tue
    44 °
    Wed
    44 °

    ସମ୍ବନ୍ଧିତ