Sunday, June 29, 2025
23.8 C
Odisha

    ଦେଶରେ ୪ ହଜାର ମୁହାଁ କରୋନା କେସ, ରଥଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୪ ହଜାର ମୁହାଁ କରୋନା କେସ । ଏବେ ୩ହଜାର ୯୬୧ ରହିଛି କରୋନା ଆକ୍ସିଭ କେସ । ରାଜ୍ୟରେ ବି ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଆଗକୁ ରଥଯାତ୍ରା ଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା । ରଥଯାତ୍ରା ପାଇଁ ଆଜି କିମ୍ବା ଆସନ୍ତାକାଲି ହେବ ସମୀକ୍ଷା ବୈଠକ । ଏହାପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

    ଏହାସହ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଷ୍ଟାଣ୍ଡାର୍ଡ ପ୍ରୋଟୋକୋଲ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ଗହଳିକୁ ନ ଯିବାକୁ ପରାମର୍ଶ ଦେବା ସହ ହାତ ଧୋଇବା ସହ ଗ୍ଲୋବସ ପିନ୍ଧିବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ସୁଦ୍ଧା ରାଜ୍ୟରେ ଏଯାଏ ୧୫ଟି କୋଭିଡ ମାମଲା ଚିହ୍ନଟ ହୋଇଛି ।  ଆଵଶ୍ୟକତା ଅନୁଯାୟୀ ସବୁ ଜିଲ୍ଲାକୁ ଟେଷ୍ଟିଂ କିଟ୍ ଯୋଗାଇ ଦିଆଯାଇଛି । ସିଭିୟର କେସରେ ଟେଷ୍ଟିଂ କରାଯାଉଛି ।  RTPCR ଟେଷ୍ଟ୍ ସୁବିଧା ଥିଲେ ମଧ୍ୟ କିଟରେ ଅଧିକ ଟେଷ୍ଟ ହେଉଛି ।  ଓଡିଶାକୁ ବହୁତ ଟେଷ୍ଟିଂ କିଟ ଆସିଥିବାସୂଚନା ଦେଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    88 %
    2.5kmh
    100 %
    Sun
    26 °
    Mon
    25 °
    Tue
    30 °
    Wed
    32 °
    Thu
    31 °

    ସମ୍ବନ୍ଧିତ