Saturday, April 19, 2025
26.5 C
Odisha

    ଦେଶର ପରବର୍ତ୍ତୀ ସିଜେଆଇ ହେବେ ଜଷ୍ଟିସ୍ ବିଆର ଗଭାଇ, ମେ ୧୪ରେ ନେବେ ଶପଥ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ସିଜେଆଇ ହେବେ ଜଷ୍ଟିସ୍ ବି.ଆର. ଗଭାଇ । ମେ ୧୪ରେ ଦେଶର ପରବର୍ତ୍ତୀ CJI ଭାବରେ ଶପଥ ନେବେ ଗଭାଇ । ବର୍ତ୍ତମାନର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ୧୩ ମେରେ ଶେଷ ହେବ । ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ ଲାଗି ଜଷ୍ଟିସ୍ ଗଭାଇଙ୍କ ନାମକୁ ସିଜେଆଇ ସଞ୍ଜିବ ଖାନ୍ନା ଆଇନ ମନ୍ତ୍ରଣାଳୟକୁ ପଠାଇଥିଲେ । ସେହି ଆଧାରରେ ନିଷ୍ପତ୍ତି ହୋଇଛି । ଜଷ୍ଟିସ ଗଭାଇଙ୍କ ନାମରେ ବାଜିଛି ମୋହର । ଜଷ୍ଟିସ ଗଭାଇଙ୍କ ପୁରା ନାମ ଭୂଷଣ ରାମକ୍ଷ୍ଣ ଗଭାଇ । ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କ ପରେ ସୁପ୍ରିମକୋର୍ଟ ସବୁଠାରୁ ବରିଷ୍ଠ ବିଚାରପତି ହେବେ ଗଭାଇ । ଜଷ୍ଟିସ୍ ଗଭାଇ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ସୂଚନାଯୋଗ୍ୟ, ସଞ୍ଜୀବ ଖାନ୍ନା ଗତବର୍ଷ ନଭେମ୍ବର ୧୧ ତାରିଖରେ ଭାରତର ୫୧ତମ CJI ଭାବରେ ଶପଥ ନେଇଥିଲେ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ । ସେ ପୂର୍ବତନ CJI DY ଚନ୍ଦ୍ରଚୂଡ଼ଙ୍କ ସ୍ଥାନ ନେଇଥିଲେ । ଡିୱାଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଇଛନ୍ତି । ନୂତନ ସିଜେଆଇ ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ୬ ମାସ ରହିଛି ।

    ଜଷ୍ଟିସ ଗଭାଇ ୧୪ ନଭେମ୍ବର ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନ୍ୟାୟିକ କ୍ୟାରିୟର ଆରମ୍ଭ କରିଥିଲେ । ୧୨ ନଭେମ୍ବର ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ । ୧୫ ବର୍ଷରୁ ଅଧିକ ସମୟ ପାଇଁ ମୁମ୍ବାଇ, ନାଗପୁର, ଔରଙ୍ଗାବାଦ ଓ ପାଣାଜୀରେ ବେଞ୍ଚଗୁଡ଼ିକର ଅଧ୍ୟକ୍ଷତା କରିଥିଲେ । ପରେ ୨୪ ମେ, ୨୦୧୯ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    64 %
    1.7kmh
    6 %
    Sat
    42 °
    Sun
    43 °
    Mon
    43 °
    Tue
    44 °
    Wed
    44 °

    ସମ୍ବନ୍ଧିତ