Saturday, April 11, 2026
37.5 C
Odisha

    ଦ୍ୱାଦଶ ପାସ୍ କଲେ ମିଳିବ ୬ ହଜାର ଟଙ୍କା

    ଆଗକୁ ପଢନ୍ତୁ

    ମୁମ୍ବାଇ : ଦ୍ୱାଦଶ ପାସ୍ କଲେ ମିଳିବ ୬ ହଜାର ଟଙ୍କା ।ହ ଆଜ୍ଞ ଏହା ସତ୍ୟ।ଏ ସୁବିଧା ଓଡ଼ିଶାର ନୁହେଁ ମହାରାଷ୍ଟ୍ରରେ। ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦ୍ୱାଦଶ ଏବଂ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଯୋଜନା ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ବିରୋଧିମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦର୍ବଳ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।ଶିକ୍ଷା ଏବଂ ପ୍ରାରମ୍ଭିକ କ୍ୟାରିୟର ବିକାଶ ସହ ଜଡ଼ିତ ବୋଝକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ‘ଲାଡଲା ଭାଇ ଯୋଜନା’ ଘୋଷଣା କରିଛନ୍ତି । ବିଭିନ୍ନ ସ୍ତରର ଯୁବଗୋଷ୍ଠୀଙ୍କୁ ଆର୍ଥିକ ଚ୍ୟାଲେଞ୍ଜ୍ର ମୁକାବିଲା କରିବା ପାଇଁ ଏହା ଏକ ପ୍ରୟାସ ଭାବରେ ଦେଖାଯାଉଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ନିଜ ପାଠ ପଢ଼ା ବ୍ୟତୀତ କ୍ୟାରିୟର ବିକାଶ ଉପରେ ମଧ୍ୟ ଫୋକସ୍ କରିପାରିବେ । ‘ଲାଡଲା ଭାଇ ଯୋଜନା’ ଅନ୍ତର୍ଗତ ଦ୍ୱାଦଶ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୬ ହଜାର ଟଙ୍କା, ଡିପ୍ଲୋମାଧାରୀଙ୍କୁ ମାସିକ ୮ ହଜାର ଟଙ୍କା ଏବଂ ସ୍ନାତକ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ