Friday, April 3, 2026
39.1 C
Odisha

    ଧାରଣାରେ AIIMS ଡାକ୍ତର; OPD, ଜରୁରୀକାଳୀନ ସେବା ହେଲା ବନ୍ଦ, ବିଧାୟକଙ୍କ ବିରୁଦ୍ଧରେ FIR ଦାବି

    ଆଗକୁ ପଢନ୍ତୁ

    ପାଟଣା : ଧାରଣାରେ AIIMS ଡାକ୍ତର । ହସ୍ପିଟାଲରେ ବନ୍ଦ ହେଲା OPD ଏବଂ ଜରୁରୀକାଳୀନ ସେବା । ଏନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଏବଂ ଆଟେଣ୍ଡାଣ୍ଟ । ପାଟନାର ରେସିଡେଣ୍ଟ ଡାକ୍ତର ସଂଘ (RDA) ଏହା ଘୋଷଣା କରିଛି । ଶିବହାର ବିଧାୟକ ଚେତନ ଆନନ୍ଦ ଏବଂ ତାଙ୍କ ପତ୍ନୀ ଡାକ୍ତର ଆୟୁଷୀ ସିଂହ ଏବଂ ସେମାନଙ୍କର ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ହସ୍ପିଟାଲ ପରିସରରେ ଜୋରଜବରଦସ୍ତ ପ୍ରବେଶ ଏବଂ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଯୋଗୁଁ ଡାକ୍ତରମାନେ ଏହି ଧର୍ମଘଟ କରିଛନ୍ତି। ଆରଡିଏ କହିଛି ଯେ, ବିଧାୟକ ଏବଂ ତାଙ୍କ ସୁରକ୍ଷା କର୍ମୀମାନେ ରେସିଡେଣ୍ଟ ଡାକ୍ତରମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଏବଂ ହସ୍ପିଟାଲ ପରିସରରେ ବନ୍ଧୁକ ମଧ୍ୟ ଦେଖାଇଥିଲେ। ଟ୍ରମା ସେଣ୍ଟରରେ ହୋଇଥିବା ହୃଦୟବିଦାରକ ଆକ୍ରମଣ ପରେ, NAFORD କହିଛି ଆମେ ପାଟନା AIIMS ର ଲୋକଙ୍କ ସହିତ ଠିଆ ହୋଇଛି। ତେବେ ପାଟନା AIIMS ରେ ଆକ୍ରମଣ ମାମଲାରେ, ପୋଲିସ ଷ୍ଟେସନରେ ବିଧାୟକ ଚେତନ ଆନନ୍ଦ ଏବଂ ତାଙ୍କ ପତ୍ନୀ ଆୟୁଷୀ ସିଂହ ଏବଂ ତାଙ୍କର ଦୁଇ ସୁରକ୍ଷା କର୍ମୀଙ୍କ ବିରୁଦ୍ଧରେ AIIMS ପ୍ରଶାସନ ଫୁଲୱାରି ସରିଫ ମାମଲା ରୁଜୁ କରିଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

    NAFORD ହେଉଛି AIIMS ଏବଂ INI ର ଆବାସିକ ଡାକ୍ତରମାନଙ୍କର ଏକ ସଂଗଠନ। ଏହି ସଂଗଠନ AIIMS ଏବଂ INI ରେ କାର୍ଯ୍ୟରତ ଆବାସିକ ଡାକ୍ତରମାନଙ୍କ କଲ୍ୟାଣ ପାଇଁ ସ୍ୱର ଉତ୍ତୋଳନ କରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ