Tuesday, July 8, 2025
23.7 C
Odisha

    ନନ୍ଦନକାନନରେ ପୁଣି ଜନ୍ମ ନେଲେ ୧୧ ହଳଦିଆ ଆନାକୋଣ୍ଡା, ୨୫ରେ ପହଁଚିଲା ସଂଖ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନନ୍ଦନକାନନରେ ପୁଣି ଜନ୍ମ ନେଲେ ୧୧ ହଳଦିଆ ଆନାକୋଣ୍ଡା । ଫଳରେ ଆନାକୋଣ୍ଡା ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଗତ ମାସ ୨୯ ତାରିଖରେ ଆନାକୋଣ୍ଡା ୭ଟି ଛୁଆ ଜନ୍ମ ଦେଇଥିଲା । ଏକ ସପ୍ତାହ ପରେ ପୁଣି ୧୧ଟି ଶାବକ ଜନ୍ମ ଦେଇଛି । ଚଳିତ ସପ୍ତାହରେ ଏହା ଦ୍ବିତୀୟ ପ୍ରଜନନ। ୨୦୧୯ ଅକ୍ଟୋବରରେ ମାଡ୍ରାସ୍ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନକୁ ଆନାକୋଣ୍ଡା ଅଣାଯାଇଥିଲା । ଶେଷଥର ୨୦୨୨ରେ ନନ୍ଦନକାନନରେ ୯ଟି ଆନାନୋଣ୍ଡା ଜନ୍ମ ନେଇଥିଲେ । ପୁଣି ୩ ବର୍ଷ ପରେ ଏମାନଙ୍କ ବଂଶ ବୃଦ୍ଧି ପାଇଛି ।

    ନିକଟରେ ଦୀର୍ଘ ୩୩ ବର୍ଷ ପରେ ବିରଳ ପ୍ରଜାତିର ସବୁଜ ଇଗୁଆନ ଜନ୍ମ ହୋଇଥିଲା । ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    90 %
    3.9kmh
    100 %
    Mon
    24 °
    Tue
    28 °
    Wed
    26 °
    Thu
    25 °
    Fri
    26 °

    ସମ୍ବନ୍ଧିତ