Friday, April 3, 2026
33.6 C
Odisha

    ନବରାତ୍ରି ପାଇଁ ଚଳଚଞ୍ଚଳ ଶକ୍ତିପୀଠ : ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକଚଣ୍ଡୀ

    ଆଗକୁ ପଢନ୍ତୁ

    କଟକ : ଶକ୍ତି ପୀଠରେ ଚାଲିଛି ମାଆଙ୍କର ଷୋଡ଼ଶ ଦିନାତ୍ମକ ଷୋଡ଼ଶ ଉପଚାର ପୂଜା। ଭାସି ଆସୁଛି ମନ୍ତ୍ର ଉଚ୍ଚାରଣ । ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଆଜି ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେବେ । ଗତକାଲି ମାଆ ଉଗ୍ରତାରା ବେଶରେ ଶ୍ରଦ୍ଧାଳଙ୍କୁ ଦର୍ଶନ ଦେଇଥିଲେ । ସେହିପରି ମା’ ଗଡଚଣ୍ଡୀ ଆଜି କାଳି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଗତକାଲି ମାଆ ବନଦୁର୍ଗା ବେଶରେ ସଜ୍ଜିତ ହୋଇଥିଲେ ।

    ସେବକ ମାନଙ୍କ ବାଦ୍ୟଯନ୍ତ୍ରର ସୁମଧୁର ପରିବେଷଣ ସାଙ୍ଗକୁ ହୋମପାଠ , ଯଜ୍ଞାନୁଷ୍ଠାନ ଓ ବେଦ ଧ୍ଵନିରେ କଟକର ସମସ୍ତ ଶକ୍ତି ପୀଠ ପ୍ରକମ୍ପିତ ହେଉଛି । ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତ ମାନେ ମାଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ