କଟକ : ଶକ୍ତି ପୀଠରେ ଚାଲିଛି ମାଆଙ୍କର ଷୋଡ଼ଶ ଦିନାତ୍ମକ ଷୋଡ଼ଶ ଉପଚାର ପୂଜା। ଭାସି ଆସୁଛି ମନ୍ତ୍ର ଉଚ୍ଚାରଣ । ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଆଜି ରାଜ ରାଜେଶ୍ୱରୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେବେ । ଗତକାଲି ମାଆ ଉଗ୍ରତାରା ବେଶରେ ଶ୍ରଦ୍ଧାଳଙ୍କୁ ଦର୍ଶନ ଦେଇଥିଲେ । ସେହିପରି ମା’ ଗଡଚଣ୍ଡୀ ଆଜି କାଳି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଗତକାଲି ମାଆ ବନଦୁର୍ଗା ବେଶରେ ସଜ୍ଜିତ ହୋଇଥିଲେ ।
ସେବକ ମାନଙ୍କ ବାଦ୍ୟଯନ୍ତ୍ରର ସୁମଧୁର ପରିବେଷଣ ସାଙ୍ଗକୁ ହୋମପାଠ , ଯଜ୍ଞାନୁଷ୍ଠାନ ଓ ବେଦ ଧ୍ଵନିରେ କଟକର ସମସ୍ତ ଶକ୍ତି ପୀଠ ପ୍ରକମ୍ପିତ ହେଉଛି । ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତ ମାନେ ମାଙ୍କ ବେଶ ଦର୍ଶନ କରି କରୁଣା ଲାଭ କରୁଛନ୍ତି ।